ବିଦୁରଙ୍କ ନୀତି ଜୀବନର ସତ୍ୟତାକୁ ବୁଝାଇଥାଏ l ଯାହା ଆମ ଦୈନନ୍ଦିନ ଜୀବନରେ ଘଟୁଛି ସେଥିପ୍ରତି କିପରି ଆମେ ସଜାଗ ରହି ଜୀବନକୁ ଠିକରେ ବଂଚି ପାରିବା ତାହା ସୂଚାଇ ଥାଏ l କାରଣ ମହାଭାରତ ଯୁଗରୁ ବିଦୁରଙ୍କ ଜଣେ ଜ୍ଞାନୀ ଓ ବିଦ୍ୱାନ ଭାବରେ ଗ୍ରହଣ କରାଯାଇଛି l
* ଗୀତାର ଉପଦେଶରେ ମଧ୍ୟ ଅହଂକାର ବ୍ୟକ୍ତିର ସବୁଠାରୁ ବଡ଼ ଶତ୍ରୁ ଅଟେ l ଅହଂକାର କାରଣରୁ ରାବଣର ବିନାଶ ହୋଇଥିଲା l ରାବଣ ଅତ୍ୟନ୍ତ ବଳଶାଳୀ ଓ ବିଦ୍ୱାନ ଥିଲା ,କିନ୍ତୁ ଅହଙ୍କାରୀ ଥିଲା l ଅହଂକାର କାରଣରୁ ତାର ସ୍ଵର୍ଣ ଲଙ୍କା ମଧ୍ୟ ନଷ୍ଟ ହୋଇଗଲା l ସେଥିପାଇଁ ଅହଂକାର ଠାରୁ ଦୂରରେ ରହିବା ଆବଶ୍ୟକ l ଅହଙ୍କାରୀ ବ୍ୟକ୍ତିକୁ ସମାଜରେ କେହିବି ଭଲ ଦୃଷ୍ଟିରେ ଦେଖି ନଥାନ୍ତି l
* ବିଦୁରଙ୍କ ନୀତିରେ ନିଜର ସ୍ୱାର୍ଥ ପାଇଁ ମିଥ୍ୟାର ସାହାରା ନେବା ଉଚିତ ନୁହେଁ l ମିଛ କହିବା ବ୍ୟକ୍ତି ମାତ୍ର ଥର ଟିଏ ମିଛ କହି ନିଜର କାମରେ ସଫଳ ହୋଇପାରେ ,କିନ୍ତୁ ଯେତେବେଳେ ତାର ମିଛ ଧରାପଡ଼ିଯିବ ସେତେବେଳେ ସିଏ ଭଗବାନଙ୍କ ପାଖରେ ମଧ୍ୟ ଛୋଟ ହୋଇଯାଏ l
* କାହାକୁ ଧୋକା ଦେବା ଉଚିତ ନୁହେଁ l ଧୋକା ଦେବା ବ୍ୟକ୍ତିକୁ କେହିବି ପସନ୍ଦ କରି ନଥାନ୍ତି l ଧୋକା ଦେବା ବ୍ୟକ୍ତି ସର୍ବଦା ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରିଥାନ୍ତି l ଧୋକା ଦେବା ବ୍ୟକ୍ତି ପାଖରୁ ସମସ୍ତେ ଦୁରେଇ ଯାଇଥାନ୍ତି l ଯେତେବେଳେ ଖରାପ ସମୟ ଆସିଥାଏ ଏହିଭଳି ବ୍ୟକ୍ତିକୁ କେହିବି ସାହାଯ୍ୟ କରି ନଥାନ୍ତି l
Comments are closed.