Odisha news

ପଟ୍ଟାମୁଣ୍ଡାଇ ଦୂର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

0

ପଟ୍ଟାମୁଣ୍ଡାଇ ତା୧୫.୧୦- ସଂପ୍ରତି ଆଗାମୀ ଶାରଦୀୟ ଦୂର୍ଗାପୂଜା ଉସôବ ପାଳନ ପାଇଁ ପଟ୍ଟାମୁଣ୍ଡାଇ ଦୂର୍ଗାପୂଜା ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ତହସିଲଦାର ଶରତ କୁମାର ଗିରିଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ପଚାଂୟତ ସମିତି ସଭାଗୃହରେ ଆୟୋଜିତ ବୈଠକରେ ଆଗାମୀ ଦୂର୍ଗାପୂଜା ଉସôବକୁ କୋଭିଡ ନିୟମାନୁଯାୟୀ ପାଳନ କରାଯିବାକୁ ଆଲୋଚନା କରାଯାଇଥିଲା । ତେବେ ମେଢ କମିଟିର ସଭାପତିମାନେ କେନ୍ଦ୍ରାପଡା ଏଡିଏମଙ୍କ ନିକଟରେ ଉସôବକୁ ପାଳନ କରିବା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର କରିବା ଘଟଣାକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ମେଢ କମିଟିର କର୍ମକର୍ତା ଓ ଶାନ୍ତି କମିଟିର ସଦସ୍ୟମାନେ ଏହି ଚୁକ୍ତିପତ୍ର ସ୍ଥାନୀୟ ପ୍ରଶାସନ ଜରିଆରେ ସଂପାଦନ କରାଯିବା ନେଇ ଯୁକ୍ତି ଉପସ୍ଥାପନ କରିଥିଲେ । ସଭା ମଚଂରେ ଉପସ୍ଥିତି ତହସିଲଦାର ଶ୍ରୀଗିରି ଓ ପଟ୍ଟାମୁଣ୍ଡାଇ ବିଡିଓ ଭରତ ଚନ୍ଦ୍ର ପରିଡା ଫୋନ ଯୋଗେ ଏଡିଏମଙ୍କ ସହିତ ଯୋଗାଯୋଗ କରି ଶାନ୍ତି କମିଟି ବୈଠକ ନିଷ୍ପତିକୁ ଜଣାଇବା ପରେ ମଧ୍ୟ ଏଡିଏମ ସମସ୍ତ ମେଢର କର୍ମକର୍ତାମାନେ କେନ୍ଦ୍ରାପଡା ଯାଇ ତାଙ୍କ କାର୍ଯ୍ୟାଳୟରେ ଚୁକ୍ତିପତ୍ର ସ୍ୱାକ୍ଷର କରିବାକୁ କହିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା ।

ପଟ୍ଟାମୁଣ୍ଡାଇ ଏସଡିପିଓ ରଞନ କୁମାର ଦେ, ତହସିଲଦାର ଶ୍ରୀଗିରି ଓ ବିଡିଓ ଶ୍ରୀପରିଡା ଶାନ୍ତି କମିଟି ଓ ମେଢ କମିଟି ସଭ୍ୟମାନଙ୍କୁ ବୁଝାଶୁଝା କରିବା ସହିତ ଜିଲ୍ଲା ପ୍ରଶାସନକୁ ଏହି ବିଷୟରେ ଅବଗତ କରାଇ ସମାଧାନ ବାହାର କରିବା ପାଇଁ ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏହି ବୈଠକରେ ପୌରନିର୍ବାହୀ ଅଧିକାରୀ ସଂପଦ ସ୍ୱାଇଁ, ମେଡିକାଲ ଅଫିସର ଡା.ନିରାକାର ପରିଡା, ମେଢ କମିଟି ସଂପାଦକ ବିଜୟ ସାହୁ, ବିକାଶ ପରିଷଦର ସଂପାଦକ ଗୋପିନାଥ ତ୍ରିପାଠୀ, ବରିଷ୍ଠ ସଦସ୍ୟ ଭୋଳାନାଥ ପାଢୀ, କିଶୋର ସାହୁ, ରମେଶ ଦେ, ସାମ୍ବାଦିକ ପତିତପାବନ ଭଦ୍ର, ଅନୀଲ ଚୌଧୁରୀ, ରାଧାମୋହନ ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଅତିରିକ୍ତ ତହସିଲଦାର ଓମ ପ୍ରକାଶ ମହାନ୍ତି, ପୂର୍ତ ବିଭାଗ ସହନିର୍ବାହୀ ଅଧିକାରୀ ଇଂ. ପ୍ରଶାନ୍ତ କୁମାର ଦାସ, ଜଳସଂପଦ ବିଭାହ ସହନିର୍ବାହୀ ଅଧିକାରୀ ଇଂ. ଶକ୍ତି ପ୍ରସାଦ ଦାସ, ସେସୁ ଏସଡିଓ ଇଂ. ବିବେକାନନ୍ଦ ପଣ୍ଡା, ମେଢ କମିଟିର କର୍ମକର୍ତା ପ୍ରମୋଦ ଜେନା, ରବିନ୍ଦ୍ର ସାହୁ, ଦୁଷ୍ମନ୍ତ ସାହୁ , ସନାତନ ବିଶ୍ୱାଳ, ବିଶ୍ୱଜିତ ଦାସ, ବାବୁରାମ ପାଢୀ ପ୍ରମୁଖ ବହୁ ମେଢ କମିଟିର କର୍ମକର୍ତା ଓ ସଭ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଶେଷରେ ବରିଷ୍ଠ ସଭ୍ୟ ଗୋପିନାଥ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

Leave A Reply