Odisha news

ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅସୋକ ଧଳଙ୍କ ପରଲୋକ

0

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକର ପ୍ରାକ୍ତନ ଉପାଧ୍ୟକ୍ଷ ତଥା ଜିଲ୍ଲାପରିଷଦ ସଦସ୍ୟ ଅଶୋକ ଧଳ (ଟୁଟୁ)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ମୃତୁ୍ୟବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ସେ ହୃଦଘାତର ଶିକାର ହେବା ପରେ ପରିବାର ଲୋକମାନେ ତାଙ୍କୁ ଚିକିସôା ପାଇଁ ଭୂବନେଶ୍ୱର ଘରୋଇ ହସ୍ପିଟାଲକୁ ଯାଇଥିଲେ ।

ମାତ୍ର ଆଜି ଚିକିସôାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଯାଇଛି । ତାଙ୍କ ମୃତୁ୍ୟ ଖବର ପାଇ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ ହସ୍ପିଟାଲରେ ଭେଟି ଶ୍ରଦ୍ଧାଞଳୀ ଜ୍ଞାପନ କରିଥିଲେ । ତାଙ୍କ ମରଶରୀର ଜନ୍ମମାଟି ନୀଳକଣ୍ଠପୁରରେ ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ତାଙ୍କ ବାସଭବନରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ପୂର୍ବତନ ବିଧାୟକ କିଶୋର ତରାଇ, କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ପରିଡା, ବ୍ଲକ ଅଧ୍ୟକ୍ଷ ଅନାମ ଧଳ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବେହେରା, ଉପାଧ୍ୟକ୍ଷ ସୁଶାନ୍ତ ଦାସ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ, ସମିତିସଭ୍ୟ ସଂଘ ସଭାପତି ଶ୍ରୀକାନ୍ତ ସାହୁ, ସରପଚଂ ପ୍ରଭାତ ପ୍ରଧାନ, ପ୍ରଭାତ ସେଠୀ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପଚାଂୟତ ପ୍ରତିନିଧି ଶବାଧାରରେ ପୁଷ୍ପ ଗୁଛ ପ୍ରଦାନ କରିଥିଲେ । ଟୁଟୁଙ୍କ ବିୟୋଗରେ ସମଗ୍ର ପଟ୍ଟାମୁଣ୍ଡାଇ ଅଚଂଳ ସମେତ ରାଜନୈତିକ କର୍ମକ୍ଷେତ୍ର ନୀଳକଣ୍ଠପୁର ପଚାଂୟତରେ ଶୋକରଛାୟା ଖେଳି ଯାଇଛି ।

ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ରାଜ୍ୟ ବିଜେଡି ଯୁଗ୍ମସଂପଦକ ରାକେଶ ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଏକ ଶୋଭାଯାତ୍ରାରେ ପଚାଂୟତ ପରିକ୍ରମା କରିବା ପରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ଟୁଟୁଙ୍କ ବିୟୋଗରେ ସମଗ୍ର ପଟ୍ଟାମୁଣ୍ଡାଇ ଅଚଂଳରେ ଶୋକରଛାୟା ଖେଳି ଯାଇଛି ।

Nalco
Leave A Reply