Odisha news

ଚନ୍ଦ୍ରଶେଖରପୁର ଥାନା ଅଧୀନ ନୀଳାଦ୍ରିବିହାର ପୋଟ୍ରୋଲପମ୍ପ ନିକଟ ଘଣ୍ଟା ସୋ’ରୁମ୍ ରେ ଅଗ୍ନିକାଣ୍ଡ

0

ଭୁବନେଶ୍ୱର,(ନି.ପ୍ର): ବୁଧବାର ଅପରାହ୍ନରେ ଚନ୍ଦ୍ରଶେଖରପୁର ଥାନା ଅଧୀନ ନୀଳାଦ୍ରିବିହାର ପୋଟ୍ରୋଲପମ୍ପ ନିକଟ ବିଡିଏ ଅଞ୍ଚଳରେ ଥିବା ଏକ ଆନ୍ତର୍ଜାତିୟ ଘଣ୍ଟା ସୋ’ରୁମ୍ରେ ଅଗ୍ନୀକାଣ୍ଡ ଘଟିଛି । ଫଳରେ ଲକ୍ଷାଧିକ ଟଙ୍କା ଦାମି ବିଭିନ୍ନ ବ୍ରାଣ୍ଡର ଜିନିଷ ପତ୍ର ଓ ସୋ’ରୁମ୍ ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି । ଅଗ୍ନୀକାଣ୍ଡ ସଟ୍ ସର୍କିଟ୍ରୁ ହୋଇଥିବା ଅନୁମାନ କରାଯାଉଥିବା ବେଳେ ସୋ’ରୁମ୍ର ଏସିରୁ ନିଅାଁ ବାହାରି ଅଗ୍ନୀକାଣ୍ଡ ଘଟିଥିବା ପୋଲିସ୍ ସନେ୍ଦହ କରୁଛି ।

ପ୍ରବଳ ଧୂଅାଁ ଉଠିବାମାତ୍ରେ ସମସ୍ତ କର୍ମଚାରୀ ବାହାରକୁ ଆସିଯାଇଥିବା ବେଳେ ଜଣେ ମହିଳା କର୍ମଚାରୀ ଅଣ ନିଶ୍ୱାସି ହୋଇ ଗୁରୁତର ହୋଇଥିବା ସୂଚନା ମିଳିଛି । ପ୍ରାଥମିକ ସ୍ଥଳରେ ସୋ’ରୁମ୍ ସୁରକ୍ଷାର୍କମୀ ନିଅାଁଲିଭା ଗ୍ୟାସରେ ନିଅାଁକୁ ଆୟତ କରିଥିଲେ । ପରେ ସୂଚନାପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଓ ଦମକଳ ପହଞ୍ଚିବାରୁ ନିଅାଁକୁ ଆୟତ କରିଥିଲେ । ଉକ୍ତ ସମୟରେ ଶତାଧିକ ଦେଖଣାହାରିଙ୍କ ଘଟଣାସ୍ଥଳରେ ଭିଡ ଜମାଇଥିବାରୁ ଡମଣାରୁ ଓମଫେଡ୍ର ଉଭୟ ରାସ୍ତାରେ ଟ୍ରାଫିକ୍ ଜାମ ହୋଇଯାଇଥିଲା ।

Nalco
Leave A Reply