ପଟ୍ଟାମୁଣ୍ଡାଇ ବ୍ଲକରେ ବିଧାୟକଙ୍କ ବନ୍ୟା ମୁକାବିଲା ସମୀକ୍ଷା ବୈଠକ ; ରିଲିଫ ଓ ଉଦ୍ଧାର କାର୍ଯ୍ୟ ଠିକଣା ଭାବେ କରିବାକୁ ନିର୍ଦ୍ଧେଶ
ପଟ୍ଟାମୁଣ୍ଡାଇ : ଚଳିତ ପ୍ରଳୟଙ୍କରୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଚାଂୟତର ୬୫ ହଜାର ଓ ପୌରାଚଂଳର ୧୦ଟି ୱାର୍ଡର ୧୧ ହଜାର ଲୋକ ବିପନ୍ନ ହେବା ସହିତ ଶହ ଶହ ଘର, ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ସାଙ୍ଗକୁ ବ୍ୟାପକ ଫସଲହାନୀ ଘଟିଛି । ବିପନ୍ନ ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ନିରାପଦ ସ୍ଥାନରେ ରଖାଯିବା ସହିତ ଚୁଡା, ଗୁଡ, ଚିନି ଓ ଗୋଖାଦ୍ୟ ରିଲିଫ ଆକାରରେ ବଟଂନ କରାଯାଉଛି ।
ପଟ୍ଟାମୁଣ୍ଡାଇ ବ୍ଲକରେ ବନ୍ୟା ମୁକାବିଲା ଓ ରିଲିଫ ଯୋଗାଣ ସହ ବନ୍ୟା ପରବର୍ତୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ସଂପର୍କରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ପୃଥକ ପୃଥକ ଭାବେ ବ୍ଲକ ଅଫିସରେ ପହଁଚି ସମୀକ୍ଷା କରିଥିଲେ । ପ୍ରଥମେ କେନ୍ଦ୍ରାପଡା ବିଧାୟକ ଶ୍ରୀବେହେରା ବନ୍ୟାବିପନ୍ନ ଧୋୟାଚଂଳର ରିଲିଫ ବଟଂନ ସଂପର୍କରେ ସମୀକ୍ଷା କରି ବିପନ୍ନମାନଙ୍କୁ ସରକାରୀ ନିଦେ୍ର୍ଦଶନାମା ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।
ଏହା ପରେ ରାଜନଗର ବିଧାୟକ ଶ୍ରୀସାହୁ ଦୀର୍ଘ ସମୟ ଧରି ବ୍ଲକର ବନ୍ୟା ମୁକାବିଲା, ରିଲିଫ ବଟଂନ, ଉଦ୍ଧାରକାର୍ଯ୍ୟ, କ୍ଷୟକ୍ଷତି ଆକଳନ ସଂପର୍କରେ ବିଧିବଦ୍ଧ ସମୀକ୍ଷା କରିବା ସହିତ ବନ୍ୟା ପରବର୍ତୀ ସମସ୍ତ ପରିସ୍ଥିତିକୁ ସାମନା କରି ଲୋକଙ୍କୁ ସହାୟତା କରିବା ନେଇ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ବିପନ୍ନ ପରିବାର ପିଛା ୫୦ କେ.ଜି. ଚାଉଳ ଓ ୫୦୦ ଟଙ୍କା ସହାୟତାକୁ ଠିକଣା ଭାବେ ସଂପାଦନ କରିବାକୁ ନିଦେ୍ର୍ଦଶ ଦେବା ସହିତ ସମବେଦନଶୀଳ ହୋଇ ଲୋକମାନଙ୍କ ସମସ୍ୟା ସମାଧାନ କରିବାକୁ ପରାର୍ମଶ ଦେଇଥିଲେ । ବନ୍ୟାବିପନ୍ନ ଅଚଂଳକୁ ଦିଆଯାଇଥିବା ସରକାରୀ ରିଲିଫର ପଚାଂୟତୱାରୀ ସମୀକ୍ଷା କରିବାବେଳେ ସରକାରୀ ନିଦେ୍ର୍ଦଶନାମାକୁ କଡାକଡି ଭାବେ ପାଳନ କରିବାକୁ ନିଦେ୍ର୍ଦଶ ଦେବା ସହିତ କୌଣସି ତ୍ରୁଟିକୁ ବରଦାସ୍ତ କରାଯିବନାହିଁ ବୋଲି ଚେତାଇ ଦେଇଥିଲେ ।
ବନ୍ୟା ପରେ ପରେ ନଳକୂପ ବିଶୋଧନ, ମରାମତି ଓ ବିଶୁଦ୍ଧ ପାନୀୟଜଳ ଯୋଗାଣ ଉପରେ ଗୁରୁତ୍ୱ ଦେବା ସହିତ ବିଭିନ୍ନ ରୋଗରେ ପୀଡିତ ଲୋକମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଓøଷଧ, ସାଲାଇନ ଓ ଆର.ଏସ.ଓ ଡାକ୍ତରୀ ଦଳ ପ୍ରସ୍ତୁତ ରଖିବାକୁ ନିଦେ୍ର୍ଦଶ ଦେଇଥିଲେ । ବନ୍ୟାବିପନ୍ନଙ୍କ ପାଇଁ ନବୀନ ସରକାରଙ୍କ ସମସ୍ତ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ପରାର୍ମଶ ଦେଇଥିଲେ । ଶେଷରେ ବନ୍ୟା କ୍ଷୟକ୍ଷତି ସଠିକ ଆକଳନ, ଘର ଭଙ୍ଗା ତାଲିକା ପ୍ରସ୍ତୁତିରେ ସ୍ୱଛତା ଅବଲମ୍ବନ କରିବାକୁ ରାଜସ୍ୱ ନୀରିକ୍ଷକମାନଙ୍କୁ ସଜାଗ କରିବାକୁ ତହସିଲଦାରଙ୍କୁ ପରାର୍ମଶ ଦେଇଥିଲେ । ଏହି ବୈଠକରେ ପଟ୍ଟାମୁଣ୍ଡାଇ ବିଡିଓ ଭରତ ପରିଡା, ତହସିଲଦାର ଶରତ ଗିରି, ବ୍ଲକ ସହନିର୍ବାହୀଯନ୍ତ୍ରୀ ସୁରେଶ ବେହେରା, ସହସହକାରୀଯନ୍ତ୍ରୀ ପ୍ରସନ୍ନ ରାଉତ ଓ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ସ୍ୱପ୍ନରଞନ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ତଥା ଲୋକପ୍ରତିନିଧିମାନେ ଯୋଗ ଦେଇଥିଲେ ।