Odisha news

ବିମାନ ଭିତରେ ମହିଳାଙ୍କୁ ଲାଗିଲା ଗରମ ଅପତକାଳୀନ ଦ୍ୱାରା ଖୋଲି ବୁଲିବାକୁ ଲାଗିଲେ ଡେଣା ଉପରେ : ତାପରେ …..

0

ନୂଆଦିଲ୍ଲୀ : ୟୁକ୍ରେନରେ ଯାତ୍ରା ସମୟରେ ଜଣେ ମହିଳା ଅତ୍ୟନ୍ତ ଦୁଃସାହସିକ କାମ କରିଛନ୍ତି ,ଝକୁ ଜାଣିଲେ ପ୍ରତ୍ୟକଟି ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେବ ଏମିତି ଭଲା କିଏ କରେ l ତୁର୍କୀରୁ ଉଡାନା ଭରିବା ପରେ ଗୋଟିଏ ବିମାନ ୟୁକ୍ରେନ ବିମାନ ବନ୍ଦରରେ ଅବତରଣ କଲା ବେଳକୁ ଦେଖା ଯାଇଥିଲା ଯେ ଜଣେ ମହିଳା ବିମାନର ଅପାତ କାଳୀନ ଦ୍ୱାରା ଖୋଲି ତାର ଡେଣା ଉପରେ ବୁଲୁଥିଲେ l ମହିଳାଙ୍କୁ ପଚାର ଯିବାରୁ ସେ କହିଥିଲେ ଯେ ଭିତରେ ଅଧିକ ଗରମ ଲାଗୁଥିବା ହେତୁ ସେ ଏପରି କରୁଛନ୍ତି l

ମହିଳା ଜଣଙ୍କ ଗୋଟିଏ ବ୍ୟବସାୟିକ ବିମାନରେ ତୁର୍କୀର ଅନ୍ତାଲିୟାରେ ନିଜର ଛୁଟି ବିତାଇ ଫେରୁଥିଲେ l ୟୁକ୍ରେନର କିବରେ ବିମାନଟି ଅବତରଣ କଲା ବେଳକୁ ତାଙ୍କୁ ଗରମ ଅନୁଭବ ହୋଇଥିଲା l ତେଣୁ ସେ ବିମାନର ଅପତକାଳୀନ ଦ୍ୱାରା ଖୋଲି ଏହିପରି କରିଥିଲେ l ତାଙ୍କର ଏହି କାର୍ଯ୍ୟର ଅନେକ ଫୋଟ ଇଣ୍ଟରନେଟରେ ଭାଇରଲ ହୋଇଛି l ମହିଳାଙ୍କର ଏହି କାର୍ଯ୍ୟ କଳାପ ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି l ଏହି ଘଟଣାଟି ଦେଖିବା ପରେ ୟୁକ୍ରେନର ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ମହିଳାଙ୍କୁ ବ୍ଲାକଲିଷ୍ଟ କରି ଦେଇଛି l ବର୍ତ୍ତମାନ ମହିଳା ଜଣଙ୍କ ଏହି ଏୟାରଲାଇନ୍ସର କୌଣସି ବିମାନରେ ଯାତ୍ରା କରିପାରିବେ ନାହିଁ l

ୟୁକ୍ରେନର ଏକ ଖବର କାଗଜ ରିପୋର୍ଟ ଅନୁସାରେ ,ୟୁକ୍ରେନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଏହି ଘଟଣାର ପୃଷ୍ଟି କରି କହିଛନ୍ତି ଯେ ଫ୍ଲାଇଟ PS-6212 ଅନ୍ତାଲିୟା-କିବ ର ଜଣେ ଯାତ୍ରୀ ଟର୍ମିନାଲ ଡି ର ଗେଟ ୧୧ ନିକଟରେ ଅଟକିବା ପରେ ବିମାନର ଅପତକାଳୀନ ଦ୍ୱାରା ଖୋଲିଦେଲେ ଓ ତାର ଡେଣା ଉପରେ ବୁଲିବାକୁ ଲାଗିଲେ l

Leave A Reply