Odisha news

ସାଇଫନରେ ଫସି ଯୁବକ ନିଖୋଜ

0

କୋଠପଦା :କେନାଲ  ନିକଟରେ ମାଛ ଧରୁଥିିିବା ଯୁବକ ସାଇଫୋନ ଭିତରେ ଫସି ନିଖୋଜ ହୋଇଯାଇଛନ୍ତି । ଖବରୁ ପ୍ରକାଶ,ମାହାଙ୍ଗା ବ୍ଲକ ଅନ୍ତର୍ଗତ ସାହାପୁର ଗ୍ରାମର ଜଣେ ଯୁବକ ମାଛ ଧରିବାକୁ ଯାଇ ତ୍ରିବେଣୀଶ୍ୱରରେ ଥିବା ସାଇଫୋନ ଭିତରକୁ ଖସିପଡି ନିଖୋଜ ହୋଯାଇଥିବା ଜଣାଯାଇଛି । ନିଖୋଜ ହୋଇଥିବା ଯୁବକ ସାହାପୁର ଗ୍ରାମର ଛବି କବାଟି(୩୨)  ।

ପଟାମୁଣ୍ଡାଇ କେନାଲରୁ ଦ୍ୱୀପାଞ୍ଚଳ ଭିତରକୁ ଯାଇଥିବା ଅଣ୍ଡରଗ୍ରାଉଣ୍ଡ ସାଇଫୋନ ନିକଟରେ ମାଛ ଧରୁଥିଲା ବେଳେ ପାଣି ସ୍ରୋତରେ ସାଇଫୋନ ଭିତରକୁ ଟାଣିହୋଇ ଚାଲିଯାଇଥିଲା । ଘଟଣା ସ୍ଥଳରେ ଓଡ୍ରାଫ ଟିମ ପହଞ୍ଚô ନଥିବା ବେଳେ କୁଅାଁପାଳ ଓ ସାଲେପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଖୋଜ ଥବା ଯୁବକଙ୍କୁ ଖୋଜାଖୋଜି ଚଳାଇଥିବା ବେଳେ ରିପୋଟ ଲେଖାହେବା ପର୍ଯ୍ୟନ୍ତ ନିଖୋଜ ଯୁବକ ଉଦ୍ଧାର ହୋଇ ପାରି ନଥିବା ଜଣାଯାଇଛି

Leave A Reply