Odisha news

ଅଳପୁଆରେ ପ୍ରସ୍ତାବିତ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ନାବାର୍ଡ ଟିମର କ୍ଷେତ୍ର ପରିଦର୍ଶନ

0

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନଦୀନାଳ ଘେରା ବନ୍ୟା ବିପନ୍ନ ଅଳପୁଆ ପଚାଂୟତ ଲୋକମାନଙ୍କ ଗମନାଗମନ ସୁବିଧା ପାଇଁ ବ୍ରାହ୍ମଣୀ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଅଚଂଳବାସୀ ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି । ଏଥି ପାଇଁ ସେତୁ ନିର୍ମାଣ ସଂଘର୍ଷ ସମିତି ଗଠନ କରାଯାଇ ସଭା ସମିତି ଓ ଗଣଧାରଣା ଆଦି କାର୍ଯ୍ୟକ୍ରମ କରାଯାଇଛି । ପ୍ରାକ୍ତନ ବିଧାୟକ ପ୍ରଭାତ ରଞନ ବିଶ୍ୱାଳଙ୍କ ନେତୃତ୍ୱରେ ବିଧାନସଭା ଗୃହ କମିଟି ଅଳପୁଆ ସେତୁ ସ୍ଥଳ ପରିଦର୍ଶନ କରି ସେତୁ ନିର୍ମାଣ ପାଇଁ ସରକାରଙ୍କୁ ସୁପାରିଶ କରିଛି ।

ମାତ୍ର ସେତୁ ନିର୍ମାଣ ବିଳମ୍ବିତ ହେବାରୁ ଅଚଂଳବାସୀ ଅସନ୍ତୋଷ ପ୍ରକାଶ କରିଥିଲେ । ଏ ସଂପର୍କରେ ଅବଗତ ହେବା ପରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ପଦକ୍ଷେପ ନେଇଥିଲେ । ବିଧାୟକ ଶ୍ରୀବେହେରା ସରକାରଙ୍କ ନିକଟରେ ସେତୁ ନିର୍ମାଣ ପାଇଁ ଦାବି କରିବା ପରେ ସରକାରଙ୍କ ନିଦେ୍ର୍ଦଶରେ ନାବାର୍ଡ ବିଶେଷଜ୍ଞ ଦଳ ଓ ବିଭାଗୀୟ ଅଧିକାରୀ ଅଳପୁଆ ସେତୁ ନିର୍ମାଣସ୍ଥଳ ପରିଦର୍ଶନ କରିଛନ୍ତି । ଏଥି ପାଇଁ ଅଚଂଳବାସୀ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply