କୁଆଖିଆ : ରସୁଲପୁର ବ୍ଲକ୍ ଅନ୍ତର୍ଗତ କୁଆଖିଆ ବଜାର ଓ ମଧୁବନ ରୋଡ ହରିପୁରରେ ବିଭିନ୍ନ ଦିନରେ ସେବା ସହାୟତା ଯୋଗାଇ ଦେଇ ହେଲପିଙ୍ଗ ହ୍ୟାଣ୍ଡ ଜନ ସାଧାରଣରେ ପ୍ରଶଂସିତ ହୋଇଛି । ଗତ ଲଘୁଚାପରେ ପାଣିପଶି ବିଭିନ୍ନ ଦୋକାନ ସାମଗ୍ରୀ ନଷ୍ଟ ହୋଇଥିଲା ।
ଦୋକାନିଙ୍କର ଅନୁରୋଧ କ୍ରମେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଦୋକାନରୁ ପାଣି ନିଷ୍କାସନ ପାଇଁ ସଂଗଠନକୁ ପମ୍ପ ଯୋଗାଇ ଦେଇଥିଲେ ।
ଏଥିରେ ହେଲପିଙ୍ଗ ହ୍ୟାଣ୍ଡ ମିଶନ ଓ କଳିଙ୍ଗ ଯୁବ ସଂଘର ସେବକ ମାନେ ସହାୟତା କରି ଦୋକାନରୁ ପମ୍ପ ଯୋଗେ ପାଣି କାଢିଥିଲେ । ସେହିପରି ଏଣ୍ଡଳବା ଠାରେ ଏକ ବାପ ଛେଉଣ୍ଡ ୭ ବର୍ଷ ପିଲାର ମସ୍ତିଷ୍କ ଆଘାତ ପ୍ରାପ୍ତ ହୋଇଥିଲା । ତାର ମାଁ କବିତା ତରାଇ ଅର୍ଥ ଅଭାବରୁ ଚିକିସôା କରି ପାରୁନଥିଲା ।
ସେ ପିଲାର ଅସ୍ତ୍ରୋପଚାର ଖର୍ଚ ନିମିତ ହେଲପିଙ୍ଗ ହ୍ୟାଣ୍ଡ ଯୁବ ମିଶନର ରାନେଶ କୁମାର ସାହୁଙ୍କ ତତ୍ୱାବଧାନରେ ସହାୟତା ଦିଆଯାଇଥିଲା । ୧୮ ହଜାର ୫ ଶହ ଟଙ୍କା ସହାୟତା ରାଶି ସହ ସେବା ଦିଆଯାଇଥିଲା । ଏଥିରେ ଯଶୋବନ୍ତ ଦାଶ,ଦେବୁପ୍ରସାଦ ଲେଙ୍କା ,ରାଜେଶ ଭୋଇ,କଳିଙ୍ଗ ଯୁବ ସଂଘର ଶିଶିର ପଣ୍ଡା ପ୍ରମୁଖ ସମସ୍ତ ସଭ୍ୟ ଯୋଗଦେଇ ସହଯୋଗ କରିଥିଲେ । ସଙ୍ଗଠନ ବିଭିନ୍ନ ଦିନରେ କେତେକ ଗ୍ରାମରେ ଶୁଖିଲା ଖାଦ୍ୟ ବଂଟନ କରି ଜନ ସାଧାରଣରେ ପ୍ରଶଂସିତ ହୋଇଥିଲେ ।