Odisha news

ଉତ୍ତରାଖଣ୍ଡର ଏହି ମନ୍ଦିରରେ ଲୁଚି ରହିଛି ଦୁନିଆ ସମାପ୍ତ ହେବାର ରହସ୍ୟ , ଆସନ୍ତୁ ଜାଣିବା ଏହି ଦିବ୍ୟ ଶିବ ମନ୍ଦିରର ରହସ୍ୟ

0

ଦେଶ – ଦୁନିଆରେ ଭଗବାନ ଶିବଙ୍କୁ ସମର୍ପିତ ଏଭଳି ଅନେକ ମନ୍ଦିର ଓ ଗୁମ୍ଫା ରହିଛି, ଯିଏକି ନିଜର ଅଲଗା ଅଲଗା ରହସ୍ୟ କାରଣରୁ ପ୍ରସିଦ୍ଧ l ଏହି ଗୁମ୍ଫା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଉତ୍ତରାଖଣ୍ଡ ସ୍ଥିତ ପାତାଳ ଭୁବନେଶ୍ୱର ମନ୍ଦିର l କୁହାଯାଏ ଏହି ମନ୍ଦିର ରେ ଦୁନିଆ ସମାପ୍ତ ହେବାର ରହସ୍ୟ ଲୁଚି ରହିଛି l ମାନ୍ୟତା ଅନୁସାରେ ଏହି ମନ୍ଦିର ପାତାଳ ତଳେ ସମୁଦ୍ର ପତନ ରେ ୯୦ ଫିଟ ଗଭୀର ରେ ଅବସ୍ଥିତ l ଏହା ସହିତ ଗୁମ୍ଫା ର ପ୍ରବେଶ ଦ୍ୱାର ୧୬୦ ମିଟର ଲମ୍ବ ଅଟେ l

କେଉଁଠି ପାତାଳ ଭୁବନେଶ୍ୱର ମନ୍ଦିର ରହିଛି –
ପାତାଳ ଭୁବନେଶ୍ୱର ମନ୍ଦିର ଉତ୍ତରାଖଣ୍ଡ ର ପିଥୋରାଗଡ଼ ଜିଲ୍ଲାର ଗଙ୍ଗୋଲିହାଟ ରେ ଅବସ୍ଥିତ ଅଟେ l ଏହି ମନ୍ଦିର ରେ ଭଗବାନ ଶିବ ଙ୍କ ଦର୍ଶନ ପାଇଁ କୌଣସି ପାହାଡ଼ ନୁହେଁ ଗୁମ୍ଫା କୁ ଯିବାକୁ ପଡିଥାଏ l ପାତାଳ ଭୁବନେଶ୍ୱର ମନ୍ଦିର ଦେବଦାରୁ ର ଘନ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଅଟେ l

ଏହି ମନ୍ଦିର ରେ ମିଳିଥାଏ ଚାରି ଧାମ ର ଦର୍ଶନ –
ପୁରାଣର ରଚନା ଅନୁସାରେ ପାତାଳ ଭୁବନେଶ୍ୱର ଏଭଳି ଗୋଟିଏ ମନ୍ଦିର ଯେଉଁଠି ଚାରି ଧାମ ର ଦର୍ଶନ ହୋଇଥାଏ, ଅର୍ଥାତ ବଦ୍ରୀ ନାଥ, ଦ୍ୱାରିକାନାଥ, ପୁରୀ ଜଗନାଥ ଧାମ ଏବଂ ରାମେଶ୍ୱରମ  l ଏହି ଗୁମ୍ଫା ମଧ୍ୟରେ କେଦାରନାଥ, ବଦ୍ରୀନାଥ , ମାତା ଭୁବନେଶ୍ୱରୀ , ଆଦି ଗଣେଶ, ଭଗବାନ ଶିବଙ୍କ ଜଟା , ୭ଟି କୁଣ୍ଡ, ମୁକ୍ତି ଦ୍ୱାର, ଧର୍ମ ଦ୍ୱାର ଦେଖିବାକୁ ମିଳିଥାଏ l ହିନ୍ଦୁ ପୁରାଣ ଅନୁସାରେ ଯେତେବେଳେ ଭଗବାନ ଶିବ କ୍ରୋଧିତ ହୋଇଥିଲେ ଭଗବାନ ଗଣେଶ ଙ୍କ ଶିର ଖଣ୍ଡିତ କରିଥିଲେ l ମାନ୍ୟତା ଅନୁସାରେ ଆଜି ମଧ୍ୟ ଗଣେଶ ଙ୍କର ସେହି ମୁଣ୍ଡ ପାତାଳ ଭୁବନେଶ୍ୱର ଗୁମ୍ଫା ରେ ରହିଛି l

ଏହି ମନ୍ଦିର ରେ ରହିଛି ଚାରିଟି ଦ୍ୱାର, ଯାହାର ନାମ ରଣ  ଦ୍ୱାର, ପାପ ଦ୍ୱାର, ଧର୍ମ ଦ୍ୱାର ଓ ମୋକ୍ଷ ଦ୍ୱାର ଅଟେ l ମାନ୍ୟତା ରହିଛି ଯେ ଯେତେବେଳେ ଲଙ୍କାପତି ରାବଣ ର ମୃତ୍ୟୁ ହୋଇଥିଲା ସେତେବେଳେ ଏହି ପାପ ଦ୍ୱାର ବନ୍ଦ ହୋଇ ଯାଇଥିଲା l ଏହାପରେ ମହାଭାରତ ଯୁଦ୍ଧ ପରେ ରଣ ଦ୍ୱାର ବନ୍ଦ ହୋଇଯାଇ ଥିଲା l ଏବେ ମାତ୍ର ଦୁଇଟି ଦ୍ୱାର ଖୋଲା ରହିଛି l

ପାତାଳ ଭୁବନେଶ୍ୱର ନିଜ ମଧ୍ୟରେ ଗୋଟିଏ ରହସ୍ୟ ଅଟେ, ଏଠାରେ ଚାରିଟି ଖୁମ୍ବ ରହିଛି, ଯାହାକି ଯୁଗ ହିସାବ ରେ ଅର୍ଥାତ ସତ୍ୟ ଯୁଗ, ତ୍ରେତେୟା ଯୁଗ, ଦ୍ୱାପର ଯୁଗ ଓ କଳିଯୁଗ ନାମରେ ନାମିତ ଅଟେ l କଳିଯୁଗ ଖୁମ୍ବ କୁ ଛାଡିଲେ ଆଉ କୌଣସି ଖୁମ୍ବ ରେ କୌଣସି ପରିବର୍ତ୍ତନ ନାହିଁ l କଳିଯୁଗ ର ଖୁମ୍ବ ସବୁଠୁ ଦୀର୍ଘ ଅଟେ ଏହା ବଢିବାକୁ ମଧ୍ୟ ଲାଗିଛି l ଏବଂ ଏଠାରେ ଥିବା ଶିବ ଲିଙ୍ଗର ମଧ୍ୟ ଉଚତା ବୃଦ୍ଧି ହେଉଛି l ମାନ୍ୟତା ରହିଛି ଯେ ଯେତେବେଳେ ଏହି ଶିବ ଲିଙ୍ଗ ଗୁମ୍ଫାର ଛାତ କୁ ଛୁଇଁବ ସେତେବେଳେ ଏହି ଦୁନିଆ ଧ୍ବଂସ ହୋଇଯିବ l

Leave A Reply