ପୌରାଣିକ ମାନ୍ୟତା ଅନୁସାରେ ଯେଉଁ ୭ଜଣ ବ୍ୟକ୍ତି ପୃଥିବୀ ପୃଷ୍ଠରେ ଅଜର ଅମର ଅଟନ୍ତି, ସେମାନଙ୍କ ମଧ୍ୟରୁ ପର୍ଶୁରାମ ଜଣେ l କୁହାଯାଏ ଯେ ମାନ୍ୟତା ରହିଛି ଯେ ରାମ ଙ୍କ ସୌର୍ଯ୍ୟ, ପରାକ୍ରମ ଓ ଧର୍ମନିଷ୍ଠା ଦେଖି ସେ ହିମାଳୟ କୁ ଚାଲି ଯାଇଥିଲେ l ଏବଂ ପ୍ରାୟଶ୍ଚିତ କରିବା ପାଇଁ ହିମାଳୟ ରେ ତପସ୍ୟା ରତ ରହିଲେ l ପର୍ଶୁରାମ ଚିରଞ୍ଜିବି ଅଟନ୍ତି l ପୌରାଣିକ କଥା ଅନୁସାରେ ପର୍ଶୁରାମ ପୃଥିବୀକୁ ୨୧ ଥର କ୍ଷତ୍ରିୟ ଶାସକ ଙ୍କ ଆତଙ୍କରୁ ରକ୍ଷା କରିଛନ୍ତି l
ପ୍ରଭୁ ଶ୍ରୀରାମ ଙ୍କ ସହିତ ସାକ୍ଷାତକାର ପରେ ତାଙ୍କୁ ବିଷ୍ଣୁଙ୍କ ଅବତାର ଭାବରେ ଗ୍ରହଣ କରାଯାଇଥିଲା l ଏହାପରେ ସେ ହିମାଳୟ ରେ ଯାଇ ବାସ କରିଥିଲେ l ପର୍ଶୁରାମ ଙ୍କ ଜନ୍ମ ବୈଶାଖ ମାସ ଶୁକ୍ଳ ପକ୍ଷ , ତୃତୀୟା ତିଥି ଅକ୍ଷୟ ତୃତୀୟା ଦିନ ହୋଇଥିଲା l ଏବଂ ସ୍ୱୟଂ ମହାଦେବ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ପର୍ଶୁ ପ୍ରଦାନ କରିଥିଲେ , ସେଥିପାଇଁ ତାଙ୍କୁ ପର୍ଶୁରାମ କୁହାଯାଇଥାଏ l ପର୍ଶୁରାମ ଯୋଗ, ବିଦ୍ୟା, ବେଦ ରେ ପାରଙ୍ଗମ ଥିଲେ l ରାମ ଅବତାର ସମୟରେ ପ୍ରଭୁ ଶ୍ରୀରାମ ତାଙ୍କୁ ନିଜର ସୁଦର୍ଶନ ଚକ୍ର ଅର୍ପଣ କରିଥିଲେ ଏବଂ କହିଥିଲେ ଯେତେବେଳେ କୃଷ୍ଣ ଅବତାର ରେ ଯେତେବେଳେ ଏହା ଆବଶ୍ୟକ ପଡିବ ସେ ଏହା ନେବେ l ସେଥିପାଇଁ ଯେତେବେଳେ ଶ୍ରୀକୃଷ୍ଣ ନିଜର ଶିକ୍ଷା ପର୍ଶୁରାମ ଙ୍କ ନିକଟରେ ସମାପ୍ତ କଲେ ସେତେବେଳେ ପର୍ଶୁରାମ ତାଙ୍କୁ ତାଙ୍କର ସୁଦର୍ଶନ ଚକ୍ର ଫେରାଇ ଦେଇଥିଲେ l
ପର୍ଶୁରାମ ଙ୍କର ଆଉ ଜଣେ ଶିଷ୍ୟ ଥିଲେ ମହାବୀର କର୍ଣ୍ଣ , ପର୍ଶୁରାମ ବ୍ରାହ୍ମଣ ମାନଙ୍କୁ ଶିକ୍ଷାଦାନ କରୁଥିଲେ, କିନ୍ତୁ କର୍ଣ୍ଣ ଛଳନା କରି ଏହା ଲୁଚାଇ ରଖିଥିଲେ l ଏବଂ ସେ ନିଜର ପରିଚୟ ତାପସ କୁମାର ଭାବରେ ଦେଇଥିଲେ, କର୍ଣ ଏହା ଗୋପନୀୟ ରଖି ପର୍ଶୁରାମ ଙ୍କ ନିକଟରୁ ବ୍ରହ୍ମାସ୍ତ୍ର ସନ୍ଧାନ କରିବା ବିଦ୍ୟା ଶିଖିଥିଲେ l ଯେତେବେଳେ ପର୍ଶୁରାମ ସମସ୍ତ ସତ୍ୟ ଜାଣିପାରି ଥିଲେ ସେ କର୍ଣ୍ଣଙ୍କୁ ଅଭିଶାପ ଦେଇଥିଲେ ଯେ ଦରକାର ପଡିଲେ ସେ ଏହି ବ୍ରହ୍ମାସ୍ତ୍ର ପ୍ରୟୋଗ କରିବା ଭୁଲିଯିବେ l
ଚିରଞ୍ଜିବୀ ହୋଇଥିବା କାରଣରୁ ପର୍ଶୁରାମ ବିଷ୍ଣୁ ଙ୍କ ରାମ ଅବତାର ରେ ମଧ୍ୟ ଥିଲେ ଓ କୃଷ୍ଣ ଅବତାର ରେ ମଧ୍ୟ ଉପସ୍ଥିତ ଥିଲେ l ମହାଭାରତର ମହାଯୁଦ୍ଧ ରେ ଗୁରୁ ପର୍ଶୁରାମ ଙ୍କର ୩ଜଣ ମହାନ ଶିଷ୍ୟ ଥିଲେ, ଏହି ତିନିଶିଷ୍ୟ ଗୋଟିଏ ସେନା ପକ୍ଷରୁ ଯୁଦ୍ଧ କରିଥିଲେ ଓ ଥର ଥର କରି ସେନାପତି ମଧ୍ୟ ହୋଇଥିଲେ l ଏହି ୩ଜଣ ମହାନ ଶିଷ୍ୟ ଥିଲେ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ, ଏବଂ ଅଙ୍ଗ ରାଜା କର୍ଣ୍ଣ l ପିତାମହ ଭୀଷ୍ମ ଓ କର୍ଣ୍ଣ ଅର୍ଜୁନଙ୍କ ବାଣରେ ନିହତ ହୋଇଥିଲେ l
ଯେବେକି ଦ୍ରୋଣାଚାର୍ଯ୍ୟ ଙ୍କ ବଧ ଧୃଷ୍ଟ ଦ୍ୟୁମ୍ନ କରିଥିଲେ l କିନ୍ତୁ ଧର୍ମ ଗ୍ରନ୍ଥର ମାନ୍ୟତା ଅନୁସାରେ ପର୍ଶୁରାମ ଆଜି ମଧ୍ୟ ସବୁଠୁ ମହାନ ଶିଷ୍ୟ ଙ୍କ ଅପେକ୍ଷାରେ ତପସ୍ୟା ରତ l ଏହି ଶିଷ୍ୟ ହେଉଛନ୍ତି ବିଷ୍ଣୁ ଙ୍କ ୧୦ମ ଅବତାର କଳ୍କୀ l ଯିଏ କି ମହାନ ଗୁରୁ ପର୍ଶୁରାମ ଙ୍କ ନିକଟରୁ ଅଧର୍ମ ର ବିନାଶ କରିବା ପାଇଁ ବିଦ୍ୟା ଗ୍ରହଣ କରିବେ l ଶ୍ରୀମଦ୍ଭଗବତ ପୁରାଣ ଅନୁସାରେ କଳିଯୁଗ ର ଶେଷ ବେଳକୁ ଭଗବାନ ବିଷ୍ଣୁ କଳ୍କୀ ଅବତାର ଧାରଣ କରିବେ ଓ ଅଧର୍ମ ର ବିନାଶ କରିବେ l