Odisha news

ଏହିସବୁ ପକ୍ଷୀ ମାନଙ୍କୁ ଦେଖିବା ହୋଇଥାଏ ଶୁଭ ସଂକେତ ଓ ଜୀବନ ରେ ଆସିଥାଏ ସମୃଦ୍ଧି

0
ଆମେ ସାଧାରଣ ଭାବରେ ଘରର ଛାତ ଉପରେ ଚଢେଇ ବା ପକ୍ଷୀ ମାନଙ୍କୁ ଦେଖିବାକୁ ପାଇଥାଉ l ସକାଳୁ କିଛି ଦାନା ଓ ପାଣି ପାଇଁ ଅନେକ ପକ୍ଷୀ ସଂଗବଧ ହୋଇ ଛାତ ଉପରକୁ ଆସି ଥାଆନ୍ତି l କିନ୍ତୁ ଏହି ଚଢେଇ ମାନଙ୍କ ମଧ୍ୟରେ ଏଭଳି କିଛି ପକ୍ଷୀ ରହି ଥାଆନ୍ତି ଯାହାଙ୍କୁ ଦେଖିବା ଦ୍ୱାରା ଜୀବନ ରେ ମିଳିଥାଏ ଶୁଭ ସଂକେତ l
ଶକୁନ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ପେଚା, ଭଦଭଦଳିଆ ଭଳି କିଛି ଟା ଚଢେଇ ଙ୍କୁ ଦେଖିବା ଖୁବ ଶୁଭ ହୋଇଥାଏ l ଆସନ୍ତୁ ଆଜି ଜାଣିବା ସେହି ଚଢେଇ ଗୁଡିକ ବିଷୟରେ l
– ଯଦି ଆପଣ ନିଜ ଘର ଛାତ ଉପରେ ରାତିରେ ପେଚା ଦେଖିଲେ ତେବେ ଏହା ଖୁବ ଶୁଭ ହୋଇଥାଏ ଓ ଏହାର ଅର୍ଥ ହେଉଛି ଏହାଦ୍ୱାରା ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ l ଏମିତିରେ ଆମେ ସମସ୍ତେ ଜାଣିଛୁ ଯେ ପେଚା ହେଉଛି ମା ଲକ୍ଷ୍ମୀଙ୍କ ବାହନ l
– ଆମେ ପ୍ରାୟ ଗାଁ ଗହଳୀ ରେ ଭଦଭଦଳିଆ ଚଢେଇ ଦେଖିବାକୁ ପାଇଥାଉ l ଭଦଭଦଳିଆ ଚଢେଇ କୁ ଶୁଭତା ର ପରିଚୟ ବୋଲି କୁହାଯାଇ ଥାଏ l ଏହି ଚଢେଇଟି ସମ୍ପତି, ସଫଳତା ଓ ବାହନ ପ୍ରାପ୍ତିର ସଂକେତ ଦେଇଥାଏ l
– ଯୋଡ଼ା ଶୁଆ ଦେଖିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ l ଯଦି ଘରର ମୁଖ୍ୟଦ୍ଵାର କିମ୍ବା ଛାତ ଉପରେ ଯୋଡ଼ା ଶୁଆ ଦେଖିବାକୁ ମିଳିଥାଏ ତେବେ ଏହାର ଅର୍ଥ ଆପଣଙ୍କ ଘରେ କୌଣସି ଶୁଭ କାର୍ଯ୍ୟ ହେବାକୁ ଯାଉଛି l
– କାଉ ଦେଖିବାର ଅର୍ଥ ହୋଇଥାଏ ଯେ ଆପଣଙ୍କ ଘରକୁ କୌଣସି ଧନଵାନ ବ୍ୟକ୍ତିର ଆଗମନ ହେବାକୁ ଯାଉଛି l ଏହା ମାନ ପ୍ରତିଷ୍ଠା ଓ ଧନ ଲାଭ ର ମଧ୍ୟ ସଂକେତ ହୋଇଥାଏ l କୁହାଯାଏ ଯେ ଘର ଛାତ ଉପରେ କାଉ ରାବିବା ଦ୍ୱାରା ଘରକୁ ଅତିଥି ଙ୍କ ଆଗମନ ହୋଇଥାଏ l
– ଯଦି ଘରର ଛାତ ଉପରେ କେଉଁଠି ଆପଣ ଚଢେଇ ବସା ବାନ୍ଧି ରହିବାର ଦେଖୁଛନ୍ତି ତେବେ ଜାଣିବେ ଯେ ଆପଣଙ୍କ ଜୀବନ ରେ ସୁଖର ଆଗମନ ହେବାକୁ ଯାଉଛି l ଚଢେଇ ମାନେ ଜୀବନ ରେ ସୁଖ ସମୃଦ୍ଧି ନେଇ ଆସି ଥାଆନ୍ତି ତେଣୁ ସେମାନଙ୍କୁ ଜଳ ଓ ଖାଦ୍ୟ ଦେବା ଆବଶ୍ୟକ ଅଟେ l
Leave A Reply