ଗବେଷଣା କହୁଛି ପିତା ମାତାଙ୍କ ଦାୟିତ୍ବହୀନ କାର୍ଯ୍ୟ ଯୋଗୁଁ ପିଲାମାନେ ହେଉଛନ୍ତି ଡିପ୍ରେସନ ର ଶିକାର , ଏହିପରି କରନ୍ତୁ ପରିସ୍ଥିତି କୁ କାବୁ
ଆଜିକାଲି ବୟସ୍କ ମାନଙ୍କ ଠାରୁ ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ମୋବାଇଲ ଫୋନ ହୋଇଯାଇଛି ଗୋଟିଏ ବେଶିକ ନୀଡ୍ l ଯାହାକୁ ସମସ୍ତେ ଭାବୁଛନ୍ତି ଜୀବନ ର ଗୋଟିଏ ମହତ୍ଵପୁର୍ଣ ଅଙ୍ଗ l କିନ୍ତୁ ବିଶେଷ ଭାବରେ ଛୋଟ ପିଲାଙ୍କ ନିକଟରେ ଏହା ଗୋଟିଏ ଅଡିକ୍ସନ ଭାବରେ ଦେଖିବାକୁ ମିଳୁଛି l ଏଥିପାଇଁ ଗବେଷକ ମାନେ କିଛିମାତ୍ରାରେ କରୋନା ମହାମାରୀ କୁ ଦାୟୀ ମଧ୍ୟ କରୁଛନ୍ତି l ଯେତେବେଳେ ଅନଲାଇନ କ୍ଲାସ ଆରମ୍ଭ ହୋଇଥିଲା ସେତେବେଳେ ମୋବାଇଲ ସାହାରା ପିଲାମାନେ ନେଇଥିଲେ l
ଗୋଟିଏ ଗବେଷଣା ଅନୁସାରେ ୭୩ ପ୍ରତିଶତ ପିଲା ଶୋଇବା ବିଛଣାରେ ମୋବାଇଲ ର ବ୍ୟବହାର କରି ଥାଆନ୍ତି l ଏହାଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ l କିଛି ଗବେଷଣା ରେ ଏହା ମଧ୍ୟ କୁହାଯାଉଛି ଯେ ସ୍ମାର୍ଟଫୋନ ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ପିଲାମାନେ ଡିପ୍ରେସନ ର ଶିକାର ହୋଇ ଥାଆନ୍ତି l ଆସନ୍ତୁ ଆଜି ସ୍ମାର୍ଟଫୋନ ଓ ଡିପ୍ରେସନ ର କଣ ସମ୍ପର୍କ ରହିଛି l ଯେଉଁଥିପାଇଁ ପିତାମାତା ମୁଖ୍ୟତଃ ଭାବରେ ଦାୟୀ ଅଟନ୍ତି l
ଡିପ୍ରେସନ ଓ ସ୍ମାର୍ଟଫୋନ ମଧ୍ୟରେ କନେକ୍ସନ –
ଆବଶ୍ୟକତା ଠାରୁ ଅଧିକ ସ୍ମାର୍ଟଫୋନ ର ବ୍ୟବହାର ପିଲାମାନଙ୍କୁ ସାମାଜିକ ଜୀବନ ଠାରୁ ଅଲଗା କରି ଦେଉଛି l ପିଲାମାନେ ମୋବାଇଲ ରେ ଏଭଳି ହଜି ଯାଉଛନ୍ତି ଯେ ତାଙ୍କ ଚତୁର୍ପାର୍ଶ୍ୱରେ କଣ ଘଟୁଛି ଓ କିଏ ଅଛନ୍ତି ଜାଣି ପାରୁ ନାହାନ୍ତି କିମ୍ବା ସେମାନଙ୍କୁ କିଛି ଫରକ ପଡୁନାହିଁ l ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ଯଦି ଘରକୁ କେହି ସମ୍ପର୍କୀୟ ଆସୁଛନ୍ତି ତେବେ ପିଲାମାନେ ତାଙ୍କ ଆଡକୁ ଧ୍ୟାନ ଦେବା ପରିବର୍ତେ ଫୋନ ରେ ହଜି ଯାଉଛନ୍ତି l
ଏହାଛଡା ଫୋନ ସ୍ଲିପିଂ ପ୍ୟାଟର୍ନ କୁ ମଧ୍ୟ ପ୍ରଭାବିତ କରିଥାଏ l ପିଲାମାନେ ଠିକ ଭାବରେ ୮ଘଣ୍ଟା ଶୋଇ ପାରି ନଥାଆନ୍ତି l ଅନ୍ୟ ପକ୍ଷରେ ସ୍ମାର୍ଟଫୋନ ର ବ୍ୟବହାର କାରଣରୁ ପିଲାମାନେ ଆଉଟଡୋର ଗେମ୍ ଖେଳି ପାରୁ ନାହାନ୍ତି l ଯାହାକି ବ୍ରେନ ବିକାଶ ହେବାରେ ବାଧା ଦେଇଥାଏ l ଏହାଦ୍ୱାରା ପିଲାମାନେ କୌଣସି ସ୍ଥାନରେ ଆଡ଼ଜଷ୍ଟ କରିପାରୁ ନାହାନ୍ତି ଓ ଡିପ୍ରେସନ ର ଶିକାର ହେଉଛନ୍ତି l
ମୋବାଇଲ ର ଅଭ୍ୟାସ ପାଇଁ ପିତାମାତା ହିଁ ଦାୟୀ –
ଆମେ ଦେଖିବାକୁ ପାଇଥାଉ ଯେ ମାବାପା ଅନ୍ୟ କାମରେ ସବୁ ବ୍ୟସ୍ତ ରହିବା ପାଇଁ ପିଲା ମାନଙ୍କୁ ଫୋନ ର ଅଭ୍ୟାସ କରାଇ ଥାଆନ୍ତି ଓ ସେମାନେ ଏହା ଦେଖି ଖୁସି ହୋଇ ଥାଆନ୍ତି ଯେ ତାଙ୍କ ପିଲା ଫୋନ ରେ ସବୁକିଛି କରୁଛି ଯାହାକି ବଡ଼ମାନେ କରିପାରୁ ନାହାନ୍ତି l ସେମାନେ ଭାବି ଖୁସି ହେଉଛନ୍ତି ଯେ ତାଙ୍କ ପିଲା ଖୁବ ସ୍ମାର୍ଟ ଅଟେ l କିନ୍ତୁ ପୀତାମାତା ଙ୍କ ଏହି ଛୋଟ ଭୁଲ ପାଇଁ ପିଲାମାନେ ଆଗକୁ ଯାଇ ଅନେକ ଅସୁବିଧାର ସମୁଖୀନ ହୋଇ ଥାଆନ୍ତି l ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଥାଏ ଯେ ପିଲାମାନଙ୍କୁ ମାବାପା ତୟଧିକ କାମ ଯୋଗୁଁ ସମୟ ଦେଇ ପାରନ୍ତି ନାହିଁ ଯେଉଁ କାରଣରୁ ପିଲାକୁ ଫୋନ ଧରାଇ ଦିଅନ୍ତି l ଯାହାକୁ ନେଇ ପିଲାମାନେ ଭାବି ବସନ୍ତି ଯେ ଏହାକୁ ବ୍ୟବହାର କରିବା ସମ୍ପୂର୍ଣ ଠିକ ଅଟେ l
* କିପରି ଛଡାଇବେ ପିଲାଙ୍କ ମୋବାଇଲ ନିଶା –
– ଯଦି ପିଲାଟି ମୋବାଇଲ ନିଶାରେ ବୁଡି ରହିଛି ତେବେ ଆପଣ କଠୋର ହେବା ଆବଶ୍ୟକ l
– ନିଜେ ମଧ୍ୟ ମୋବାଇଲ ଠାରୁ ଦୂରତା ରଖନ୍ତୁ ଓ ପିଲା ସହିତ ସମୟ ବିତାନ୍ତୁ l
– ଯଦି ପିଲା ସକାଳୁ ଉଠିବା ମାତ୍ରକେ ମୋବାଇଲ ଧରିବା ପାଇଁ ଜିଦି କରୁଛି ତେବେ ତାଠାରୁ ମୋବାଇଲ କୁ ଦୁରେଇ ରଖନ୍ତୁ l
– ନିଜ ପିଲା ମାନଙ୍କ ସହିତ ସମୟ ଅତିବାହିତ କରନ୍ତୁ l ସେମାନଙ୍କୁ ଯୋଗାସନ, ବ୍ୟାୟାମ ଇତ୍ୟାଦି କରିବାକୁ କୁହନ୍ତୁ l
– ରାତିରେ ଶୋଇବା ସମୟରେ ନିଜେ ମୋବାଇଲ ଠାରୁ ଦୁରେଇ ରୁହନ୍ତୁ ଓ ପିଲା ମାନଙ୍କୁ ମଧ୍ୟ ଦୁରେଇ ରଖନ୍ତୁ l