ଦୁନିଆରେ ବିଭିନ୍ନ ପ୍ରକାର ଅଦ୍ଭୁତ ଜୀବଜନ୍ତୁ ମିଳି ଥାଆନ୍ତି l କିନ୍ତୁ ସେଥିମଧ୍ୟରୁ ଶୁଆ ଗୋଟିଏ ଏଭଳି ଯିବ ଯାହାକି ଶହ ଶହ ବର୍ଷରୁ ମଣିଷ ସହିତ ରହିଛି l ଦୁନିଆର ସମସ୍ତ ସ୍ଥାନରେ ଅଲଗା ଅଲଗା ପ୍ରକାରର ଶୁଆ ଦେଖିବାକୁ ମିଳିଥାଏ, ଯେଭଳି ଶୁଆ ଆପଣ ଭାରତରେ ଦେଖିବାକୁ ମିଳିଥାଏ ସେଭଳି ଶୁଆ ୟୁରୋପ ମହାଦେଶ ରେ ଦେଖିବାକୁ ମିଳେନାହିଁ l ଭୌଗଳିକ ସ୍ଥିତି କାରଣରୁ ଶୁଆ ମାନଙ୍କର ରଙ୍ଗ ରୂପ ଓ ଶାରୀରିକ ଶୈଳୀ ରେ ପରିବର୍ତନ ଦେଖିବାକୁ ମିଳିଥାଏ l ଆଜି ଆମେ ଜାଣିବା ଦୁନିଆର ଏଭଳି ଶୁଆ ବିଷୟରେ ଯାହାର ମୂଲ୍ୟ ଏତେ ଅଧିକ କି ଆପଣ ସେହି ମୂଲ୍ୟ ରେ ଗୋଟିଏ ଘର ଭାରତର ରାଜଧାନୀ ଦିଲ୍ଲୀରେ କିଣି ପାରିବେ l
ଏହିଭଳି ଶୁଆ ନିୟୁଜିଲ୍ୟାଣ୍ଡ ରେ ଦେଖିବାକୁ ମିଳିଥାଏ l ଏହାର ନାମ ନିୟୁଜିଲ୍ୟାଣ୍ଡ କାକାପୋ l ଏହି ଶୁଆର ରଙ୍ଗ ମଧ୍ୟ ଭାରତୀୟ ଶୁଆ ଙ୍କ ରଙ୍ଗ ଭଳି ହୋଇଥାଏ l ଦି ଗର୍ଜିୟନ ର ରିପୋର୍ଟ ଅନୁସାରେ ୨୦୨୦ ରେ ଏହି ଶୁଆ ଦୁନିଆର ସବୁଠୁ ଦ୍ରୁତ ଶୁଆ ଭାବରେ ପୁରସ୍କୃତ ହୋଇଥିଲା l ଏହାଛଡା ୨୦୦୮ ରେ ଏହି ଶୁଆ ଟି ଦୁନିଆର ସବୁଠୁ ଦୀର୍ଘାୟୁ ଶୁଆ ଭାବରେ ମଧ୍ୟ ମାନ୍ୟତା ପାଇଥିଲା l ଏହି ଶୁଆ ସାଧାରଣ ଶୁଆ ଙ୍କ ଭଳି ଦିନରେ ବାହାରି ନଥାଏ l ଦିନରେ ଏହି ଶୁଆ ବିଶେଷ ଭାବରେ ଗଛ ଗୁଡିକରେ କିମ୍ବା ବୁଦା ଗୁଡିକ ରେ ଲୁଚି ରହିଥାଏ l କିନ୍ତୁ ରାତି ହେବା ମାତ୍ରକେ ଏହି ଶୁଆ ବାହାରକୁ ବାହାରି ଥାଏ ଓ ଖାଦ୍ୟ ଅନ୍ୱେଷଣ କରିଥାଏ l
ଏହି ଶୁଆ ଟି ସେହି ଜୀବ ମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଯେଉଁମାନଙ୍କର ସଂଖ୍ୟା ଦୁନିଆରେ ଖୁବ କମ ଅଟେ l ଗର୍ଜିୟନ ର ସୂଚନା ଅନୁସାରେ ଏହି ଶୁଆ ସମଗ୍ର ଦୁନିଆରେ ମାତ୍ର ୨୧୩ ଟି ଅଛନ୍ତି l ଏମିତିରେ ଦେଖିବାକୁ ଗଲେ ନିୟୁଜିଲ୍ୟାଣ୍ଡ ସରକାର ଏହି ଶୁଆକୁ ଧରିବା ପାଇଁ ସମ୍ପୂର୍ଣ ପ୍ରତିବନ୍ଧକ ଲଗାଇଛନ୍ତି l ଗୋଟିଏ ରିପୋର୍ଟ ଅନୁସାରେ କିଛି ଲୋକେ ଏହାକୁ ଘରେ ପାଳିବା ସଉକ ରେ ଅଧିକ ମୂଲ୍ୟ ଦେଇ କିଣି ଥାଆନ୍ତି, ଯାହାର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଆମେରିକୀୟ ଡଲାର ଅଟେ l ଯଦି ଏହାକୁ ଭାରତୀୟ ମୁଦ୍ରାରେ ପରିବର୍ତନ କରିବା ପ୍ରାୟ ୮ କୋଟି ରୁ ଉର୍ଧ୍ଵ ଟଙ୍କା ହେବ l