Odisha news

ଦୁନିଆର ସବୁଠୁ ଛୋଟ ଦେଶ, ଯେଉଁଠି ରୁହନ୍ତି ମାତ୍ର ୨୭ ଜଣ ମଣିଷ

0

କଣ ଆପଣ ଏଭଳି କୌଣସି ଦେଶକୁ ଜାଣିଛନ୍ତି, ଯେଉଁଠାରେ ସର୍ବମୋଟ ଜନ ସଂଖ୍ୟା ମାତ୍ର ୨୭ ଅଟେ l ଯଦି ଜାଣି ନାହାନ୍ତି ତେବେ ଜଣାନ୍ତୁ ଯେ ଏଭଳି ଦେଶ ଇଂଲଣ୍ଡ ନିକଟରେ ଅବସ୍ଥିତ l ଯାହାର ନାମ ହେଉଛି ” ସି ଲ୍ୟାଣ୍ଡ ” l  ଇଂଲଣ୍ଡ ର ସଫୋଲକ ସମୁଦ୍ର ତଟ ଠାରୁ ପ୍ରାୟ ୧୦ କିଲୋ ମିଟର ଦୂରରେ ସି ଲ୍ୟାଣ୍ଡ ଅବସ୍ଥିତ l ଏହି ଦେଶ ଟିକୁ ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟେନ ତିଆରି କରିଥିଲା l ଏହି ଦେଶଟିକୁ ମାଇକ୍ରୋ ଦେଶ କୁହାଯାଇ ଥାଏ l ଏହି ଦେଶ ଟି ସମୁଦ୍ର ଉପରେ ୨ଟି ପିଲର ଉପରେ ରହିଛି
ମାଇକ୍ରୋ ନେସନ କୁହାଯାଉ ଥିବା ସି ଲ୍ୟାଣ୍ଡ ଉପରେ ଅଲଗା ଅଲଗା ଦେଶର ଅଧିକାର ରହିଥିଲା l

ଅକ୍ଟୋବର ୯ ତାରିଖ ୨୦୧୨ ରେ ରଏ ବେଟସ ନାମକ ବ୍ୟକ୍ତି ନିଜକୁ ସିଲ୍ୟାଣ୍ଡ ର ପ୍ରିନ୍ସ ଘୋଷଣା କରିଥିଲେ l  ରାୟ ବେଟସ ଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମାଇକେଲ ଏଠାରେ ଶାସନ କରୁଛନ୍ତି l ମାଇକ୍ରୋ ଦେଶ ସେହି ଦେଶକୁ କୁହାଯାଇ ଥାଏ, ଯାହାକୁ ଇଣ୍ଟରନେସନ ମାନ୍ୟତା ମିଳି ନଥାଏ l  ସିଲ୍ୟାଣ୍ଡ ର କ୍ଷେତ୍ରଫଳ ୨୫୦ ମିଟର ଅଟେ l ସିଲ୍ୟାଣ୍ଡ ର କ୍ଷେତ୍ରଫଳ ଖୁବ କମ ହୋଇ ଥିବାରୁ ଏହା ନିକଟରେ ଜୀବିକା ସାଧନ ର ବ୍ୟବସ୍ଥା ଠିକ ଭାବରେ ନାହିଁ l ତେଣୁ ଯେତେବେଳେ ଲୋକେ ଇଣ୍ଟରନେଟ ଜରିଆରେ ଏହି ଦେଶ ବିଷୟରେ ଜାଣିଲେ ଖୁବ ଡୋନେସନ ଦେଇଥିଲେ l ଏହାଦ୍ୱାରା ଏଠାରେ ରହୁଥିବା ଲୋକଙ୍କୁ ଆର୍ଟିକ ସାହାଯ୍ୟ ମିଳିଲା l ଏହି ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ମିଳି ନଥିବା କାରଣରୁ ଦୁନିଆର ସବୁଠୁ ଛୋଟ ଦେଶ ଭାବରେ ଭାଟିକାନ ସିଟି ମାନ୍ୟତା ପାଇଛି l ଯାହାର କ୍ଷେତ୍ରଫଳ ୦. ୪୪ ବର୍ଗ କିଲୋମିଟର ଅଟେ, ଯାହାର ଜନସଂଖ୍ୟା ୮୦୦ ଅଟେ l ଭାଟିକାନ ସିଟି କୌଣସି ବଡ ବିଲଡିଂ ନାହିଁ l

Leave A Reply