Odisha news

ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଦିଗହରା ହୋଇଥିବା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ , ପରୀକୁ ନ୍ୟାୟ ଦେବା ଲାଗି ରାଜ୍ୟସରକାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦିଅନ୍ତୁ : ସ୍ମୃତି ପଟ୍ଟନାୟକ

0

 ମନ୍ତ୍ରୀ ଅରଣ ସାହୁ ଏବଂ ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ ଭାଇରାଲ ଅଡିଓ ଟେପ୍ ପ୍ରଦାନ କଲା ପ୍ରତିନିଧୀ ଦଳ
 ଏସଆଇଟି ତଦନ୍ତ କେବେ ପରୀକୁ ନ୍ୟାୟ ଦେଇ ପାରିବ ନାହିଁ
 ମୁଖ୍ୟ ଅଭିଯୁକ୍ତକୁ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଥିବାରୁ ଶାସକ ଦଳ ଚାପରେ ଏସଆଇଟି ତଦନ୍ତ ନକରି ଏକ ମନଗଢା ଗପ ରାଜ୍ୟବାସୀଙ୍କ ଆଗରେ ରଖିଛି
 ମନ୍ତ୍ରୀ ଅରୁଣ ସାହୁ ପରୀ ହତ୍ୟାକାଣ୍ଡ ତଦନ୍ତକୁ ପ୍ରଭାବିତ କରୁଛନ୍ତି
 ଯଦି ବ୍ରୋଥା ରାଜ୍ୟସରକାରଙ୍କୁ ଭୟ କରୁଛନ୍ତି ତେବେ ପରୀ ହତ୍ୟାକାଣ୍ଡର ତଦନ୍ତ ସରକାରଙ୍କ ନିଦେ୍ର୍ଦଶରେ କରାଯାଇଛି ବୋଲି ସ୍ପଷ୍ଟ ଜଣାପଡୁଛି

ଭୁବନେଶ୍ୱର,ତା.୩୧/୧୨: ନୟାଗଡ ଜିଲ୍ଲା ଯଦୁପୁର ଗାଁର ପରୀ ହତ୍ୟାକାଣ୍ଡର ତଦନ୍ତ ଏବେ ଦିଗହରା ହୋଇଛି । ୧୪ ଜୁଲାଇ ୨୦୨୦ରେ ପରୀକୁ ହତ୍ୟା କରାଯାଇଥିବାବେଳେ ପୋଲିସ ପରୀର ବାପା ମା’ ଙ୍କୁ ତଦନ୍ତ ନାଁରେ ନିର୍ଯ୍ୟାତନା ଦେଇଚାଲିଛି । ଏହି ହତ୍ୟା ଘଟଣାରେ ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ସରକାରୀ ଦଳ ନିଦେ୍ର୍ଦଶରେ ତଦନ୍ତ କରି ଜଣେ ନିଦେ୍ର୍ଦାଷକୁ ଅପରାଧୀ ସଜାଇଛନ୍ତି । ଅନ୍ୟପଟେ ମୃତା ପରୀର ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକକୁ ପୋଲିସ କିମ୍ବା ଏସାଇଟି ତଦନ୍ତ ପରିସରଭୃକ୍ତ କରିନାହିଁ ।

ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତକୁ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଥିବାରୁ ଶାସକ ଦଳ ଚାପରେ ଏସଆଇଟି ତଦନ୍ତ ନକରି ଏକ ମନଗଢା ଗପ ରାଜ୍ୟବାସୀଙ୍କ ଆଗରେ ରଖିଛି । ଏସଆଇଟି ତଦନ୍ତ କେବେ ପରୀକୁ ନ୍ୟାୟ ଦେଇ ପାରିବ ନାହିଁ । ଏଣୁ ପରୀକୁ ନ୍ୟାୟ ଦେବା ଲାଗି ରାଜ୍ୟସରକାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେବା ପାଇଁ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୁଖ୍ୟ ଶାସନ ସଚିବଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ମନ୍ତ୍ରୀ ଅରଣ ସାହୁ ଏବଂ ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ ଭାଇରାଲ ଅଡିଓ ଟେପ୍ ପ୍ରଦାନ କରାଯାଇଛି ।

ପରୀ ହତ୍ୟାକାଣ୍ଡ ଘଟଣାରେ ଏସଆଇଟି ମୁଖ୍ୟ ଯାଦୁକର ଭଳି ଘଟଣାକୁ ୨ ସପ୍ତାହ ଭିତରେ ସମାଧାନ କରିବା ନେଇ ବୟାନ ରଖିଥିଲେ ଏବଂ ଠିକ୍ ୧୫ ଦିନ ଭିତରେ ନାବାଳକ ସରୋଜ ସେଠୀକୁ ହତ୍ୟା ଓ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଥିଲେ । ଏଠି ପ୍ରଶ୍ନ ଉଠୁଛି ଓଡିଶା ପୋଲିସ ଏବଂ ସନ୍ଧାନୀ କୁକୁର ଯେଉଁଠି ପରୀର ଶବ ପାଖରେ ଓ ହତ୍ୟାକାରୀ ପାଖରେ ପହଂଚି ପାରିଲେ ନାହିଁ ସେଠି ଏତେ କମ୍ ସମୟ ଭିତରେ କିପରି ପହଂଚିଗଲା । ସେହିପରି ସ୍ଥାନୀୟ ବିଧାୟକ ତଥା ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁ ଯଦୁପୁରର ସରପଂଚ ସୌମ୍ୟ ରଂଜନ ପ୍ରଧାନଙ୍କୁ ଧମକ ଦେଉଥିବାର ଅଡିଓ ଟେପ୍ ପ୍ରମୁଖ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏହି ଅଡିଓରେ ମନ୍ତ୍ରୀ ଅରୁଣ ସାହୁ ପରୀ ହତ୍ୟାକାଣ୍ଡ ତଦନ୍ତକୁ ପ୍ରଭାବିତ କରୁଥିବାର ପ୍ରମାଣ ରହଥିଲା । ଅନ୍ୟ ଏକ ଭାଇରାଲ ଅଡିଓ ଟେପ୍ ରେ ଏସାଇଟି ମୁଖ୍ୟ ଅରୁଣ ବ୍ରୋଥା ରାଜ୍ୟ ସରକାରଙ୍କୁ ଡରୁଛନ୍ତି ବୋଲି କହୁଛନ୍ତି । ଯଦି ବ୍ରୋଥା ରାଜ୍ୟସରକାରଙ୍କୁ ଭୟ କରୁଛନ୍ତି ତେବେ ପରୀ ହତ୍ୟାକାଣ୍ଡର ତଦନ୍ତ ସରକାରଙ୍କ ନିଦେ୍ର୍ଦଶରେ କରାଯାଇଛି ବୋଲି ସ୍ପଷ୍ଟ ଜଣାପଡୁଛି ।

ଏଭଳି ସ୍ଥିତିରେ ମନ୍ତ୍ରୀ ଅରୁଣ ସାହୁ ତାଙ୍କ ପଦବୀର ଅପବ୍ୟବହାର କରିଥିବାରୁ ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ । ଏସଆଇଟି ମୁଖ୍ୟ ମଧ୍ୟ ସରକାରଙ୍କୁ ଡରୁଥିବାରୁ ସେ ବି ସ୍ୱଚ୍ଛତାର ସହ ତଦନ୍ତ କରିନଥିବେ । ଏଣୁ କେବଳ ସିବିଆଇ ତଦନ୍ତ କଲେ ହିଁ ପରୀକୁ ନ୍ୟାୟ ମିଳିପାରିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ଏହି ପ୍ରତିନିଧୀ ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଓ ରାଜ୍ୟ ଉପସଭାନେତ୍ରୀ ପ୍ରଭାତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply