ପାରଳଖେମୁଣ୍ଡି:(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ କରୁଣା କର ରାଇକା ଙ୍କ ପରଲୋକ ହୋଇଯାଇଥିବା ଖବର ଜଣା ପଡ଼ିବା ପରେ ସମଗ୍ର ଗଜପତି ଜିଲ୍ଲାରେ ଏକ ପ୍ରକାର ଶୋକ ର ଛାୟା ଖେଳାଇ ଦେଇଛି l ଅତିରିକ୍ତ ଜିଲ୍ଲାପାଳ କରୁଣା କର ରାଇକଙ୍କ ଘର ହେଉଛି ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ ରେ l ତାଙ୍କର ପରିବାର ବର୍ଗ ସବୁ ବ୍ରହ୍ମପୁରରେ ରହୁଥିଲେ l ସେ ଗଜପତି ଜିଲ୍ଲାର ଏକ ମାତ୍ର କୋଭିଡ୍ ହସ୍ପିଟାଲ୍ ଦାୟିତ୍ୱରେ ଆରମ୍ଭରୁ ହିଁ ରହି ଆସିଥିଲେ l କିଛି ଦିନ ତଳେ ତାଙ୍କୁ ଥଣ୍ଡା ଜ୍ବର ହେବାରୁ ବ୍ରହ୍ମପୁରରେ ଚିକିତ୍ସିତ ହେଉଥିଲେ l ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିିକିତ୍ସା ପାଇଁ କଟକ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି l ସେ ଜଣେ କର୍ତ୍ତବ୍ୟ ନିଷ୍ଠା ଓ ମିଷ୍ଠ ଭାଷୀ ଅଧିକାରୀ ଥିଲେ ଏଭଳି ଅଧିକାରୀ ରାଜ୍ୟ ସରକାରଙ୍କୁ ଓ ଗଜପତି ଜିଲ୍ଲା ବାସି ପାଇବା କଷ୍ଟ କର l ଗଜପତି ଜିଲ୍ଲାରେ ସ୍ବର୍ଗତ କରୁଣାକରରାଇକାଓଟିଏଲ୍ପିଅଧିକାରୀ, ରାୟଗଡ଼ ବିଡ଼ିଓ ଓ ମୋହନl ତୋହସିଲଦlର ଭାବେ ନିଷ୍ଠାର ସହ ଦାୟିତ୍ଵ ନିର୍ବାହ କରିଥିଲେ l ଗଜପତି ଜିଲ୍ଲାର ଜନସାଧାରଣଙ୍କ ପାଖରେ ସେ ଜଣେ ଲୋକ ପ୍ରିୟ ଓ ସଚ୍ଚୋଟ ପ୍ରଶାସନିକ ଅଧିକାରୀ ଭାବେ ନିଜକୁ ପ୍ରତଷ୍ଠିତ କରି ପାରିଥିଲେ l
ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ଭୋଲ ପାଉଥିଲେ l ତାଙ୍କ ମୃତ୍ୟୁରେ ଗଜପତି ଜିଲ୍ଲା ପ୍ରଶାସନିକ ମହଲରେ ଶୋକ ର ଛାୟା ଖେଳାଇ ଦେଇଛି l ତାଙ୍କ ମୃତ୍ୟୁରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଉପଜିଲ୍ଲପାଳ ସଂଗ୍ରାମ କେଶରୀ ପଣ୍ଡା, ରାୟଗଡ଼ା ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗୋମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ଆଦିବାସୀ ନେତା ଅନ୍ତର୍ଯ୍ୟାମୀ ଗୋମାଙ୍ଗ, ଗୁଣପୁର ପିଏ ଆଇ ଟି ଡି ଏ ଗୋରାଚାନ୍ଦ ଗୋମାଙ୍ଗ, ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ସିଦ୍ଧେଶ୍ୱର ମିଶ୍ର, ଜି. ରବଣା, ଜିଲ୍ଲା କଂଗ୍ରେସ ସଭାପତି ବିଭୁତି ପାତ୍ର, ନଗର କଂଗ୍ରେସ୍ ସଭାପତି ବସନ୍ତ ପଣ୍ଡା, ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ଡିଯେନ ପାଢ଼ୀ, ନବିନା ନନ୍ଦ ଗନ୍ତାୟତ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ଲ