ଆର,ଉଦୟଗିରି : ସାରା ରାଜ୍ୟରେ କରୋନା ମହାମାରୀ କାୟା ବିସ୍ତାର କରୁଥିବା ବେଳେ ଗଜପତି ଜିଲ୍ଲାର ମୋହନା ,ଅଡବା ଓ ଆର,ଉଦୟଗିରି ଥାନା ଅଞ୍ଚଳରୁ ଦିନ ଦିନ ଗଞ୍ଜେଇ ମାଫିଆଙ୍କ ପାଦୁର୍ଭାବ ବଢି ଚାଲିଛି । ମୋହନା ବ୍ଲକର ଅଡବା ଥାନା ପକ୍ଷରୁ ସୋମବାର ପେଟ୍ରୋଲିଙ୍ଗ୍ ସମୟରେ ରୁମେୟ ଫାର୍ମଗୁଡା ନିକଟରେ ଜଣେ ବ୍ୟକ୍ତି ୮ଟି ଜରି ଅଖା ରଧି ଗାଡିକୁ ଅପେକ୍ଷା କରିଥିଲେ । ସେହି ସମୟରେ ପେଟ୍ରୋଲିଙ୍ଗ୍ ସାରି ଅଡବା ପୁଲିସ ତାଙ୍କ ଷ୍ଟାପଧରି ଫେରୁଥିବାବେଳେ ଉକ୍ତ ଲୋକଙ୍କୁ ଦେଖି ସନ୍ଦେହରେ ଯାଞ୍ଚ କରିଥିଲେ ।
ସେହି ୮ଟି ଜରି ଅଖାରେ ୧୭୭ କେଜି ଗଞ୍ଜେଇ ଥିବା ପୁଲିସ ଦେଖିବାକୁ ପାଇଥିଲା । ଉକ୍ତ ଗଞ୍ଜେଇ ଜବତ କରିବା ସହ ଫାର୍ମଗୁଡା ଗ୍ରାମର ରଞ୍ଜନ ନାୟକ (37) କୁ ଗରଫ କରାଯାଇଛି । ଏନେଇ ଅଡବା ଥାନାରେ କେସ୍ ନଂ ୫୭\୨୦ ରେ ମାମଲା ରୁଜୁ କରାଯାଇଛି । ଏଥିରେ ମୋହନା ତହସିଲଦାର ମାଜିଷ୍ଟ୍ରେଟ୍ ଦାୟତରେ କଲ୍ୟାଣୀ ସଂଘମିତ୍ରା ଦେବୀ ଏହି ଗଞ୍ଜେଇ ଓଜନ ସମୟରେ ଥିଲେ । ଏହା ଅନୁମାନିକ ମୂଲ୍ୟ ବଜାର ଦର ୧୨ଲକ୍ଷ ହେବ ବୋଲି ଆର,ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ସୁଚନା ଦେଇଛନ୍ତି ।