ଆସିକା : ଆସିକା ବ୍ଲକ୍ ର ବଡଖୋଲି ଗ୍ରାମ ନୁଆ ସାହି ନଳକୂପ ନିକଟରେ ପଡ଼ିଥିବା ନବଜାତ ଶିଶୁ କନ୍ୟା କୁ ମଙ୍ଗଳବାର ସକାଳୁ ଉଦ୍ଧାର କରାଯାଇଛି।ମୂର୍ମୂଷ ଅବସ୍ଥାରେ ଶିଶୁ ଟିକୁ ଆଶା ଓ ସ୍ବାସ୍ଥ୍ୟ କର୍ମୀ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ଶିଶୁ ଟିକୁ ବ୍ରହ୍ମପୁର ବଡ ମେଡିକାଲ ଶିଶୁ ବିଭାଗ କୁ ପଠାଯାଇଛି। ନିର୍ଯାତନା ର ଶିକାର ହୋଇଥିବା ଗ୍ରାମର ମାନସିକ ଭିନ୍ନକ୍ଷମ ଅବିବାହିତା ଯୁବତୀ ଶିଶୁଟିକୁ ଜନ୍ମ ଦେଇ ଫିଙ୍ଗି ଦେଇଥିବା ଜଣାପଡିବା ପରେ ସଂପୃକ୍ତ ଯୁବତୀକୁ ମଧ୍ୟ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିବା ଜଣାଯାଇଛି।