Odisha news

ଗଞ୍ଜାମ ଜିଲ୍ଲାର ୯୫ ବର୍ଷୀୟ ବୃଦ୍ଧ କରୋନା ଯୁଦ୍ଧ ରେ ସଫଳ ହେଲେ, ଟୁଇଟ ଯୋଗେ ମୁଖ୍ୟମନ୍ତ୍ରୀ କହିଲେ ଅନ୍ୟମାନଙ୍କ ପାଇଁ ପ୍ରେରଣା

0
ଛତ୍ରପୁର  ୨୧।୭: କରୋନାକୁ ହରାଇଲେ ୯୫ ବର୍ଷ ବୟସ୍କ ବୃଦ୍ଧ । କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ୯୫ ବର୍ଷ ବୟସ୍କ ବୃଦ୍ଧ ଉଦୟନାଥ ବିଶୋୟୀ । ବୃଦ୍ଧ ଜଣଙ୍କ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ୍ ଚାକୁଣ୍ଡା ଗାଁର ଉଦୟନାଥ ବିଶୋୟୀ । କରୋନା ଆକ୍ରାନ୍ତ ହେବା ପରେ ଉଦୟନାଥ ଟାଟା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଉଦୟନାଥ ଏବେ ହସ୍ପିଟାଲରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଉଦୟନାଥ ସୁସ୍ଥ ହେବା ପରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଯାଇଛନ୍ତି ।
ଉଦୟନାଥଙ୍କ ସୁସ୍ଥତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରିଛନ୍ତି । କରୋନାକୁ ହରାଇବା ପରେ ଉଦୟନାଥ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ମୁଖ୍ୟମନ୍ତ୍ରୀ ଟ୍ବିଟ୍ ଯୋଗେ କହିଛନ୍ତି । ଏହା ପୂର୍ବ ରୁ ମଧ୍ୟ    ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌କରି କହିଥିଲେ ଯେ   ଉଦୟନାଥ ବିଷୋୟୀ  କରୋନାରେ ଆକ୍ରାନ୍ତ ହୋଇ ଶିତଳାପଲିସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହୋଇ ସେ ଗତ ୧୮ ତାରିଖରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ l  ଡାକ୍ତରମାନଙ୍କ ପ୍ରଚେଷ୍ଟା ନେଇ ଏହା ସମ୍ଭବ ହୋଇପାରିଛି। ଏଥିସହ ସେ କୋଭିଡ୍‌ ହିରୋ ସାଲୁଟ ଜଣାଇଛନ୍ତି ବୋଲି ଏହି ଟୁଇଟ ମାଧ୍ୟମରେ ସୂଚନା ଦେଇଥିଲେ l
Nalco

Leave A Reply