ପାରଳାଖେମୁଣ୍ଡି:୨୮/୪ : ଗଜପତି ଜିଲ୍ଲା ମୋହନା ଥାନାରେ ଘଟିଛି ଏକ ଚାଂଚଲ୍ୟକର ଘଟଣା ପୋଲିସ ଖାକିରେ ଲାଗିଲା ଦାଗ ମୋହନା ଥାନାରେ କାର୍ଯ୍ୟରତ ଜଣେ ମହିଳା ଦବଙ୍ଗ ଅଧିକାରିଣୀ ଗୋଟିଏ କେସରୁ ଖସିବା ପାଁଇ ଜଣକୁ ୮ ଘଣ୍ଟାଧରି ଅପହରଣ କରି ଜଙ୍ଗଲରେ ରଖିଲେ ସୂଚନା ପ୍ରକାରେ ଅଡବା ଥାନା ଅନ୍ତର୍ଗତ ଲୁଣ୍ଡୁରୁଜୁ ଗାଁର ସାମୁଏଲ ମାଝୀଙ୍କର ଏକ ଅଟୋ ଗଂଜେଇ କେଶରେ ପଡ଼ି ଥାନାରେ ରହିଥିଲା l ଉକ୍ତ ଅଟୋଟିକୁ ଥାନାରୁ ବାହାର କରିବା ପାଁଇ ସାମୁଏଲ ବହୁତ ଚେଷ୍ଟା କରି
ଶେଷରେ ତାଙ୍କର ସମୁଦୀ ଙ୍କ ଜରିଆରେ ମୋହନା ଥାନାର ଜଣେ ଏସ. ଆଇ ଜ୍ୟୋସ୍ନା ରୟ ଙ୍କୁ ୨୦ ହଜାର ଟଙ୍କାଦେଇଥିଲେ l ଏବଂ ଉକ୍ତ ମହିଳା ଏସ. ଆଇ ଜଣକ ମଧ୍ୟ କଥା ଦେଇଥିଲେ ଯେ ପଇସା ମିଳିଲେ ମୁଁ ତମର ଗାଡି ଛାଡ଼ିଦେବି ବୋଲି l ହେଲେ ପଇସା ନେଇ ଗାଡି ନଛାଡିବାରୁ ସାମୁଏଲ ତାଙ୍କର ସମୁଦୀ ପ୍ରେରିତଙ୍କୁ ବାରମ୍ୱାର କହିବା ପରେ ଉକ୍ତ ଘଟଣାଟିକୁ ପ୍ରେରିତ ମାଝୀ ମୋହନା ଥାନାରେ ଅଭିଯୋଗ କରିଥିଲେ l ତେବେ ଘଟଣାଟି ଚାରିଆଡେ ପ୍ରଘଟ ହେବା ପରେ ନିଜର ଚାକିରୀ ହରାଇବା ଭୟରେ ମହିଳା ଏସ. ଆଇ ଜଣକ ପ୍ରେରିତ କୁ ଭୁଲ ମାଗିବା ସହିତ ପ୍ରରିତଠୁ ନେଇଥିବା ୨୦ ହଜାରଟଙ୍କାଫେରାଇଥିଲେ l ତା ସହିତ ଏକ ଲିଖିତ ଆକାରରେ ବି ଦେଇଥିଲେ ଯେ ମୁଁ ପ୍ରେରିତର କୌଣସି ଅସୁବିଧା କରିବି ନାହିଁ ତେବେ ଏସ.ଆଇ.ଜ୍ୟୋସ୍ନା ଙ୍କର ପାରଳାଖେମୁଣ୍ଡି ବଦଳି ହୋଇଯାଇଥିଲା l ତେବେ ମୋହନା ଥାନାକୁ ଗତକାଲି ଯୋଶ୍ନl ଆସି ଲିଙ୍ଗରାଜ ନାମକ ଏକ ବ୍ୟକ୍ତିଦ୍ଵାରା ମୋହନାରୁ ଏକ ବାଇକ ଯୋଗେ ପ୍ରେରିତକୁ ଏକ ଜଙ୍ଗଲ ଥିବା ରାସ୍ତାକୁ ନେଇ ରଖିଥିଲେ, କିଛି ସମୟ ପରେ ଯୋଶ୍ନl ଓ ତାଙ୍କର ସହଯୋଗୀ ପିଣ୍ଡିକି ଗ୍ରାମର ପ୍ରଜ୍ଞା ନାୟକ ନାମକ ଏକ ଯୁବତୀ ପହଂଚି ପ୍ରେରିତ କୁ ଡରାଇବା ସହିତ ଆଠ ଘଣ୍ଟା ଧରି ସେଠାରରେ ଅଟକାଇ ରଖିଥିଲେ ଏବଂ ପ୍ରେରିତକୁ ଏକ ଧଳା କାଗଜରେ ଦସ୍ତଖତକରିବା ପାଁଇ ବାଧ୍ୟକରିଥିଲେ l ଏହି ଘଟଣା ପରେ ପ୍ରେରିତ ବାଧ୍ୟ ହୋଇ ଆଜି ମୋହନା ଥାନାର ଦ୍ଵାରସ୍ତ ହୋଇ ଯୋଶ୍ନl ଏସ ଆଇ ଓ ପ୍ରଜ୍ଞl ନାୟକ ନାମରେ ଲିଖିତ ଅଭିଯୋଗ କରିଛନ୍ତି l ଆଗରୁ ଏହି ଘଟଣାକୁ ନେଇ ଏସ ଆଇ ଯୋଶ୍ନl ରୟକୁ ପାରଳାଖେମୁଣ୍ଡି ବଦଳି କରାଯିବା ସହିତ ତାଙ୍କ ସହଯୋଗୀ ଯିଏକି ପୋଲିସ ନା କହି ଚାନ୍ଦା ଆଦାୟ କରୁଥିବା ପ୍ରଜ୍ଞାକୁ ଥାନାକୁ ଆସିବାକୁ ବାରଣ କରାଯାଇଥିଲା l ତେବେ ବର୍ତ୍ତମାନ ର ଏହି ଘଟଣା ପରେ ଉକ୍ତ ଏସ ଆଇ ଜ୍ୟୋତ୍ସ୍ନାl ଙ୍କ ଉପରେ କିପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ତାହାହିଁ ଦେଖିବାକୁ ବାକି ରହିଲା l