Odisha news

ଗଁପୁର ଓଁମା ସରସ୍ୱତୀ ବିଦ୍ୟାପୀଠ ହାଇସ୍କୁଲ ୫ଟି ରେସାମିଲ , ଭର୍ଚ୍ଚୁଆଲ୍ ମୋଡ ରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
ଆନନ୍ଦପୁର ସବ୍ୟୁ ଘଷିପୁରା ବ୍ଲକ ଗଁପୁର ସ୍ଥିତ ଓଁମା ସରସ୍ୱତୀ ବିଦ୍ୟାପୀଠ  କୁ ୫-ଟି ଅଧିନରେ ସାମିଲ କରାଯାଇ ସ୍ମାର୍ଟ ସ୍କୁଲରେ ପରିଣତ କରାଯିବା ସହ ରୂପାନ୍ତୀକରଣ କାର୍ଯ୍ଯ ସମାପନ ପରେ ମାନ୍ଯବର ମୂମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଆଜି ଅପରାହ୍ନରେ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ସହ ଅନେକ ଗଣମାନ୍ଯ ଅତିଥିଙ୍କ ଗହଣରେ ଭର୍ଚୁଆଲ ମୋଡରେ ଉଦଘାଟିତ ହୋଇଛି। ପ୍ରଧାନ ଶିକ୍ଷକ  ହର୍ଯ୍ୟକ୍ଷ ଜେନା ଙ୍କ ସଂଯୋଜନାରେ ଉଦଘାଟନୀ ଉତ୍ସବରେ  ପୂର୍ବତନ ଘଷିପୁରା ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ଘଷିପୁରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅସିତ୍ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀପ୍ରିୟା ଜେନା, କନିଷ୍ଠ ଯନ୍ତ୍ରୀ ପ୍ରଦିପକୁମାର ସାମଲ,ଏବିଇଓ କାଞ୍ଚନବାଳା ମିଶ୍ର,ବିଡି ହାଇସ୍କୁଲ ଶିକ୍ଷକ ବଳଭଦ୍ର ବେହେରା,  ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୈକୁଣ୍ଠନାଥ ସ୍ୱାଇଁ, ସ୍ଥାନିୟ ସରପଞ୍ଚ ରିନା ଜେନା, ଶିକ୍ଷାବିତ ପଦ୍ମନାଭ ହୋତା, ପ୍ରମୂଖ ସାମିଲ ହୋଇ ବିଦ୍ଯାଳୟ ୫ଟି ରେ ରୁପାନ୍ତର ହେଇଥିବାରୁ  ପ୍ରସଂଶା କରିବା ସହ ୫ଟି ଅଧିନରେ ବିଦ୍ଯାଳୟକୁ ସ୍ମାର୍ଟ ସ୍କୁଲରେ ସାମିଲ କରାଯାଇଥିବାରୁ ମୂଖ୍ଯମନ୍ତ୍ରୀଙ୍କ ଉଦ୍ଯେଶରେ କୃତଜ୍ଞତା ଜ୍ଞାପନ କରିଥିଲେ। ଶେଷରେ ଶିକ୍ଷକ ବିନୋଦ ବିହାରୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ। ସ୍ମାର୍ଟ ସ୍କୁଲ ଯୋଜନା ରେ ୬୮ ଲକ୍ଷ ଟଙ୍କାର ବ୍ଯୟ ଅଟକଳ କରାଯାଇ ନୂତନ ବଗିଚା, ବୃକ୍ଷ ରୋପଣ, ପାଚେରୀ, ଶୌଚାଳୟ, ଶ୍ରେଣୀ ଗୃହ, ପରୀକ୍ଷା ଗାର, ପାଠାଗାର ,ନୂତନ ତୋରଣ କରାଯାଇ ବିଦ୍ୟାଳୟ ରେ ଶୈଖିକ ବାତାବରଣ ସୃଷ୍ଟି କରାଯାଇଛି। ଉଦଘାଟନୀ ଉତ୍ସବ ଅବସରରେ ସଂଧ୍ଯାରେ ଅଧ୍ଯୟନ ରତ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାସ୍କୃତିକ ଅନୂଷ୍ଠିତ ହୋଇଥିଲା । ମଳୟ ଦାସ, ଗଜେନ୍ଦ୍ର ଶତପଥୀ,ବିଜୟ ହୋତା, ,ଶଙ୍କଷଣ ଜେନା,ପ୍ରତାପ ରଞ୍ଜନ କର, ଅରୁଣ ପଣ୍ଡା, ନିରାକାର ହୋତା,ସନ୍ତାଷ  ରାଉତ, ବାସୁଦେବ ଜେନା,ବିଜୟ ଦାସ,ଆଦିକାନ୍ତ ଜେନା , ପ୍ରଫୁଲ୍ଲ ଜେନା, ଶୁଶାନ୍ତ ପଣ୍ଡା  ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ସ୍କୁଲ କମିଟି ର ସମସ୍ତ ସଦସ୍ୟ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
Leave A Reply