ପାରଳାଖେମୁଣ୍ଡି:୬/୮ : ଗଜପତି ଜିଲ୍ଲା ମୋହନା ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ରେ ସଂପାଦକ ଙ୍କ ଦୁର୍ନୀତି କୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ଓ ଜିଲ୍ଲା ପ୍ରଶାସନ କୁ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ଶୁନ। ସୂଚନା ଅଧିକାର ଆଇନ ତଥ୍ୟ ଅନୁସାରେ ବିଦ୍ୟାଳୟ ର ସଂପାଦକ ଦଣ୍ଡାସି ସାହୁ ଅନୁଷ୍ଠାନ ର ବାଇଲା କୁ ଜାଲିଆତି କରି କେନ୍ଦ୍ରୀୟ ଅନୁଦାନ କୁ ହଡ଼ପ କରିବା, ବିଦ୍ୟାଳୟ ଟି ଜଂଗଲ ଜମି ରେ ଅବସ୍ଥିତ ହୋଇଥିଲେ ମଧ୍ୟ ଅନ୍ୟ ଏକ ପ୍ଲଟ ରେ ବିଦ୍ୟାଳୟ ଚାଲୁଥିବା ଦର୍ଶାଇ ଅନୁଦାନ ଟଙ୍କା ହଡ଼ପ କରିବା, ଏମ୍ ଆର ଓ ସିପି ବିଭାଗ ର ପରିମିଶନ ଟିକୁ ଜିଲ୍ଲା ପ୍ରଶାସନ ରିଜେକ୍ଟ କରିଥିଲେ ମଧ୍ୟ ବିଦ୍ୟାଳୟ ନାମ ଚେଞ୍ଜ କରି ଚଲାଇବା, ବିଦ୍ୟାଳୟ ରେ ସର୍ବମୋଟ ୪୦ ଛାତ୍ର ଛାତ୍ରୀ ରହି ପାଠପଢୁ ଥିଲା ବେଳେ ସରକାର ଙ୍କ ଠାରୁ ୨୦୦ ପିଲା ଙ୍କର ଦେଖାଇ ଅନୁଦାନ ଆଣି ହଡ଼ପ କରିବା, ଓଡ଼ିଶା ସରକାର ଙ୍କ ଠାରୁ ରିହାତି ଦରରେ ବିଦ୍ୟାଳୟ କୁ ଯୋଗାଣ ହେଉଥିବା ଚାଉଳ କୁ ବାଟ ମାରଣା କରିବା।,ବିଦ୍ୟାଳୟ ର ସିସି କ୍ୟାମେରା ଚେକ୍ କଲେ ଜଣା ପଡ଼ିବ ବିଦ୍ୟାଳୟ ରେ ସର୍ବମୋଟ କେତେ ପିଲା ରହି ପାଠ ପଢ଼ୁଛନ୍ତି।କର୍ମଚାରୀ ମାନଙ୍କର ଦରମା ୫୦ ପ୍ରତିଶତ ଦେଇ ଅବଶିଷ୍ଟ ଟଙ୍କା କୁ କମିଟି ବୃନ୍ଦ ହଡ଼ପ କରିବା, କର୍ମଚାରୀ ମାନଙ୍କ ଠାରୁ ସରକାରୀ ଚାକିରି ହୋଇଯିବ କହି ଡୋନେସନ ଆଦାୟ କରିବା, ବିଦ୍ୟାଳୟ ରେ ଗୋଟିଏ ହେଲେ ପିଲା ଶୋଇବା ପାଇଁ ଖଟ ନ ଥିଲେ ମଧ୍ୟ ୧୦୦ ଖଟ ସନ୍ତୋଷି ଜେନେରାଲ ଷ୍ଟୋର ମୋହନା ରୁ କିଣା ଯାଇଛି ଦର୍ଶାଇ ବିଲ୍ କରାଯାଇଛି। ଯାହାକି ବିଦ୍ୟାଳୟ ୨୦୨୧-୨୨ ଅଡିଟ ରିପୋର୍ଟ ରେ ଦର୍ଶାଯାଇଛି। ସଂପାଦକ ଦଣ୍ଡାସି ସାହୁ ଙ୍କ ଭାଗ୍ୟଲତା ଷ୍ଟୋର ମୋହନା ରୁ ୧ ବର୍ଷ ହେଲାଣି ବନ୍ଦ ହୋଇଯାଇଥିଲେ ମଧ୍ୟ ସେଠାରୁ ରାସନ୍ ଜିନିଷ କିଣାଯାଇଛି ଦର୍ଶାଇ ମିଥ୍ୟା ଜିଏଷ୍ଟି ବିଲ ଭାଉଚର କରି ଅର୍ଥ ହଡ଼ପ କରୁଛନ୍ତି। ଇତ୍ୟାଦି ବହୁ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗଜପତି ଜିଲ୍ଲାପାଳ ଟଙ୍କା ଲାଞ୍ଚ ନେଇ ଦୁର୍ନୀତି କୁ ଘଣ୍ଟ ଘୋଡାଉଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି।ଫଳରେ ଦୁର୍ନୀତି ବଢ଼ିଚାଲିଛି। ବର୍ଷ କୁ ବର୍ଷ ନୂଆ ନୂଆ ଶିକ୍ଷକ, ଶିକ୍ଷୟିତ୍ରୀ,କର୍ମଚାରୀ ମାନଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। କମିଟି ର କିଛି ସଭ୍ୟ ନିଜ ନାମ ଗୋପନ ରଖିବାକୁ ସ୍ୱର୍ତ ରଖି ଅଭିଯୋଗ ଆଣି ଛନ୍ତି ଯେ ଏ ଦୁର୍ନୀତି ଜାଣିବା ପରେ ସେମାନେ ବିଦ୍ୟାଳୟ କୁ ଆଉ ଯାଉନାହାଁନ୍ତି,ଦଣ୍ଡାସି ସାହୁ ତାଙ୍କ ମନ ଇଚ୍ଛା କାମ କରୁଛନ୍ତି,୩ ମାସ ତଳେ ସେ ତାଙ୍କ ମନ ଇଚ୍ଛା କମିଟି ମେମ୍ବର ମାନଙ୍କୁ ବଦଳାଇ ଦେଇଛନ୍ତି, କମିଟି ମେମ୍ବର ମାନଙ୍କ ର ଦସ୍ତଖତ ଜାଲିଆତି କରି ତାଙ୍କ ମନ ଇଚ୍ଛା ସେ ସଭା ବହି ରେ କରୁଛନ୍ତି।ଯିଏ ବିଦ୍ୟାଳୟ ହିସାବ ମାଗୁଛି ତାଙ୍କୁ ବିଦ୍ୟାଳୟ କୁ ଆଉ ଡକା ଯାଉନି। ଏହି ବିଦ୍ୟାଳୟ କମିଟିରେ ସ୍ଥାନୀୟ ବିଧାୟକ ରହିବା କଥା କିନ୍ତୁ ସେ ବିରୋଧୀ କଂଗ୍ରେସ ଦଳର ବିଧାୟକ ହେତୁ ତାଙ୍କୁ ରଖା ଯାଇନି ଏଣୁ ସମ୍ପାଦକ ରହିଥିବା ଦଣ୍ଡାସି ସାହୁଙ୍କୁ ତୁରନ୍ତ ହଟାଇ ନୂତନ କମିଟି ଗଠନ କରିବା ପାଇଁ ମୋହନା ଅଞ୍ଚଳ ବାସୀ ଦାବି କରିଛନ୍ତି ନଚେତ୍ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଟି ଆସ୍ତେ ଆସ୍ତେ ବନ୍ଦ ହୋଇଯିବ ଏଥିରେ ସନ୍ଦେହ ନାହିଁ।