ଆସିକା : ଗଞ୍ଜାମ ଜିଲ୍ଲା ର ଜନସାଧାରଣ ଙ୍କ ସୁବିଧା କୁ ଦୃଷ୍ଟି ରେ ରଖି ନୂତନ ଋଷିକୂଲ୍ୟା ଜିଲ୍ଲା ଗଠନ ଓ ସଦର ମହକୁମା ଆସିକା ଠାରେ ସ୍ଥାପନ ହେବା ଦାବି ଲଗାତାର ଭାବେ ହୋଇ ଆସିଥିଲେ ମଧ୍ୟ ରାଜ୍ୟ ସରକାର ଙ୍କ ନିଷ୍କ୍ରିୟତା ର ପ୍ରତିବାଦ ରେ ଆସନ୍ତା ୧୦ ଅଗଷ୍ଟ ରେ ଆସିକା ବନ୍ଦ ଡାକରା ଦିଆଯାଇଛି ।ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମିଳିତ ଭାବେ ଆସିକା ବନ୍ଦ ଡାକରା ନିଷ୍ପତ୍ତି ନିଆ ଯାଇଥିବା କ୍ରିୟାନୁଷ୍ଠାନ କମିଟି ସଭ୍ୟ ତଥା ଆଇନଜୀବୀ ସନ୍ତୋଷ କୁମାର ପାଣିଗ୍ରାହି ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ସର୍ଭିସ ଆଟ ଡୋର ଷ୍ଟେପ ବା ଦ୍ଵାର ନିକଟରେ ସେବା ଯୋଗାଇବା ନେଇ କହୁଥିବା ବେଳେ ଆସିକା ଭଳି କେନ୍ଦ୍ର ସ୍ଥଳୀ ଠାରେ ସ୍ଵତନ୍ତ୍ର ଜିଲ୍ଲା ଗଠନ କରିବା ରେ ଟାଳ ଟୁଳ ନୀତି ଅବଲମ୍ବନ କରୁଥିବାରୁ ସ୍ଥାନୀୟ ଅଞ୍ଚଳ ରେ ଗଭୀର ଅସନ୍ତୋଷ ଦେଖାଦେଇଛି ଓ ପ୍ରତିବାଦରେ ୧୦ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ନିଆ ଯାଇଛି। ରବିବାର ଓକିଲ ସଂଘ କାର୍ଯ୍ୟାଳୟରେ ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ର ବୈଠକ ଅନୁଷ୍ଠିତ ହୋଇଥିଲା। ଆସିକା ଓକିଲ ସଂଘ ର ସଭାପତି ତଥା ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ଶର୍ମା ଙ୍କ ସଭାପତିତ୍ବରେ ଉପସଭାପତି ଛବିଳ ରାମ ମିଶ୍ର, ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପାଣିଗ୍ରାହୀ, ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ଅନିମା ପରିଡା ,ବଣିକ ସଂଘ ର ଇ ଅରୁଣ କୁମାର ପାତ୍ର ପ୍ରମୁଖ ମଞ୍ଚାସିନ ଥିବା ବେଳେରାଜ୍ୟ ସରକାର ତୁରନ୍ତ ଆସିକା ଅଞ୍ଚଳ ବାସୀ ଙ୍କ ଏହି ଦୀର୍ଘଦିନ ର ଦାବୀ ପୂରଣ କରିବା ନେଇ ବକ୍ତା ମାନେ ଦୃଷ୍ଟି ଆକର୍ଷଣ କରିଥିଲେ।ଆସିକା ରାଜ୍ୟ ଓ ଜିଲ୍ଲା ର ଏକ ପୁରାତନ ସହର ଓ ଲୋକସଭା ନିର୍ବାଚନ ମଣ୍ଡଳୀ।ଗମନା ଗମନ ଦୁଷ୍ଟି କୋଣରୁ ନିକଟବର୍ତୀ ଆଠ ଟି ବ୍ଲକ ର କେନ୍ଦ୍ର ସ୍ଥଳି ହୋଇଥିବାରୁ ଋଷୁକୁଲ୍ୟ ଜିଲ୍ଲା ଗଠନ ସହ ଆସିକା ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରିଲେ ଜନସାଧାରଣ ଉପଯୁକ୍ତ ସେବା ପାଇବାରେ ସୁବିଧା ଓ ସୁଗମହେବ l ଜିଲ୍ଲା ପୁନଃ ଗଠନ ସମୟରେ ସମସ୍ତ ସର୍ତ୍ତ ପୂରଣ କରୁଥିବା ଆସିକା ରେ ନୂଆ ଋଷୁକୁଲ୍ୟ ଜିଲ୍ଲା ସ୍ଥାପନ ଉପରେ ମତ ବ୍ୟକ୍ତ କରି ଓକିଲ ସଙ୍ଘର ସମ୍ପାଦକ ନାରାୟଣ ମୁନି ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଆଜିର ସଭା କୁ ପରିଚାଳନା କରିଥିଲେ। ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ବସ ମାଲିକ ସଂଘ ର ସନ୍ତୋଷ କୁମାର ପୋଲାଇ,ସୂର୍ଯ୍ୟ ପରିଡ଼ା,ଦିଲୀପ ପାଣିଗ୍ରାହୀ, ଅଜିତ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।ବର୍ତ୍ତମାନ ରଜ୍ୟରେ ବହୁଳ ଜନସଂଖ୍ୟା ଓ ବୃହତ୍ ଗଞ୍ଜାମ ଜିଲ୍ଳା କୁ ବିଭକ୍ତ କରି ୨୫ କି ମି ଭିତରେ ଆସିକା,କବିସୂର୍ଯ୍ୟନଗର, ଧରକୋଟ, ଶେରଗଡ଼, ସାନଖେମୁଣ୍ଡି,ହିଞ୍ଜିଳି ଓ ପୋଲସରା ବ୍ଲକ୍ କୁ ସାମିଲ କରି ଋଷିକୁଲ୍ୟା ଜିଲ୍ଲା ସ୍ଥାପନ ନେଇ ଦାବୀ କରାଯାଇଛି।
