ପାରଳାଖେମୁଣ୍ଡି:୨୮/୬ : ଗାଁକୁ ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ ସିତାପୂର ପଞ୍ଚାୟତ ମିନିଗାଁ ଠାରେ । ଏହି ପଞ୍ଚାୟତର ମିନିଗାଁ ଠାରୁ ମିନି ଗାଁ ଗୁଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀ ମାନେ ଆଜି ସକାଳୁ ପାରଳାଖେୁଣ୍ଡି- କାଶୀନଗର ମୁଖ୍ୟରାସ୍ତା କୁ ଅବରୋଧ କରି ଧାରଣାରେ ବସିଛନ୍ତି ।ଆଜି ଏହି ରାସ୍ତା ଦେଇ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଅଭିଯୋଗ ଶୁଣାଣୀ କରିବାକୁ କାଶୀନଗର ଯାଉଥିବା ବେଳେ ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ ବାଟ ଆଗୁଳି ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ l ଖବର ପାଇ ଏସପି ସ୍ଵାତୀ କୁମାର ଓ ଅନ୍ୟ ପୁଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରିଥିଲେ । ଆସନ୍ତା କାଲି ଠାରୁ ନୂତନ ରାସ୍ତା ପାଇଁ ମାପଚୁପ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରୀ ଥିଲେ