ପାରଳାଖେମୁଣ୍ଡି:୧୯/୫(ଗରୁଡ଼ଧ୍ଵଜଚୌ ଧୁରୀ)ଗଜପତି ଜିଲ୍ଲାକାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତର ସାରା ଗ୍ରାମରେ ଗତ କାଲି ଗୁରୁବାର ସନ୍ଧ୍ୟାବେଳେ କାଳ ବୈଶାଖୀ ପ୍ରଭାବ ରେ ବଜ୍ରପାତ ହୋଇ ୧୨ ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି lମିଳିଥିବା ସୁଚନା ମୁତାବକ କାଶୀନଗର ବ୍ଲକ ଖଣ୍ଡାବା ପଂଚାୟତ ର ନୂଆ ସାରା ଗ୍ରାମ ରେ ସନ୍ଧ୍ୟାରେ ମେଣ୍ଢା ଗୁଡିକ ଚରୁଥିବା ବେଳେ ହଠାତବଜ୍ରପାତହୋଇଥିଲା ବଜ୍ରପାତ ରେ ଘଟଣା ସ୍ଥଳରେ ବଡ଼ି ସନ୍ତୋଷଙ୍କ ୧୨ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି ଖବରପାଇ ନାଏବ ସରପଞ୍ଚ ରକମ ସତୀଶ ପହଂଚି ଘଟଣା ର ସବିଶେଷ ତଥ୍ୟ ପଚାରି ବୁଝିଥିଲେ ଏବଂପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବଡି ସନ୍ତୋଷ କୁ ସାହାଯ୍ୟ କରିବା ନିବେଦନ କରିଛନ୍ତି କାଶୀନଗର ସହରରେ ମଧ୍ୟ କାଳ ବୈଶାଖୀ ର ତାଣ୍ଡଵରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା, ଅଗ୍ନିଶମ ବିଭାଗ ତୁରନ୍ତ ପହଂଚି ରାସ୍ତା ସଫା କରିଥିଲେ l