Odisha news

ପାରାଦୀପ ଗୋଲେଇ ମାର୍କେଟ୍ ରେ ଜଳିଗଲା ୨ ଦୋକାନ

0

ପାରାଦୀପ,: ଆଜି ଅପରାହ୍ନରେ ପାରାଦୀପ ଗୋଲେଇ ମାର୍କେଟ୍ରେ ଅଗ୍ନିକାଣ୍ଡ ଯୋଗୁଁ ଦୁଇଟି ଦୋକାନ ସମ୍ପୂଣ୍ଣ ଜଳିଯାଇଛି । ବିଦୁ୍ୟତ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନେ୍ଦହ କରାଯାଉଛି ।

ଏହି ଅଗ୍ନିକାଣ୍ଡରେ ଗୋଟିଏ ବିଜୁଳି ଉପକରଣ ଓ ଜୋତା ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି ।

ଖବର ପାଇ ବନ୍ଦର ସିଆଇଏସ୍ଏଫ୍ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା । ପୂର୍ବରୁ କିଛି ଦିନ ତଳେ ବିଳମ୍ବିତ ରାତି୍ରରେ ଅଗ୍ନିକାଣ୍ଡ ଯୋଗୁଁ ଏକ ଲୁଗା ଦୋକାନ ଜଳି ଯାଇଥିଲା ।

Leave A Reply