ପାରାଦୀପ-ଆଜି ସକାଳୁ ପାରାଦୀପଗଡ଼ ବଜାର ନିକଟରେ କୁକୁଡ଼ା ମାଂସ ଶସ୍ତା ହୋଇଥିବା ନେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଥିଲା । ଗୋଟା କୁକୁଡ଼ା ୨୦ ଟଙ୍କା ଓ ମାଂସ ଦର କିଲୋ ପ୍ରତି ୩୦ ଟଙ୍କାରେ ଦିଆଯିବ ବୋଲି ପ୍ରଚାର ହୋଇଥିଲା । ଫଳରେ ଦୋକାନ ଗୁଡ଼ିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ଅଧିକାଂଶ ଲୋକ କରୋନା ଭୟରେ କୁକୁଡ଼ା ମାଂସ କିଣିବାକୁ କୁନ୍ଥକୁନ୍ଥ ହେଉଛନ୍ତି । ଫଳରେ କୁକୁଡ଼ା ବେପାର ସମ୍ପୂର୍ଣ୍ଣ କ୍ଷତିରେ ଚାଲିଛି । ଏଣୁ ଅଧିକ କ୍ଷତି ସହିବା ଅପେକ୍ଷା ଏହି କୁକୁଡ଼ା ଗୁଡ଼ିକୁ ବିକ୍ରି କରିଦେବା ପାଇଁ ବ୍ୟବସାୟୀମାନେ ଏପରି ଯୋଜନା କରିଛନ୍ତି ।