Odisha news

ସୂର୍ଯ୍ୟମନ୍ଦିର ରୁ ପଡି ବୃଦ୍ଧା ଗୁରୁତର ଆମ୍ବୁଲାନ୍ସ ନ ଆସିବାରୁ ଚାଲି ଚାଲି ମେଡିକାଲ ଗଲେ ବୃଦ୍ଧା

0

କୋଣାର୍କ- ରବିବାର ପୂର୍ବାହ୍ନ ରେ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବାକୁ ଆସିଥିବା ଗୁଜୁରାଟ ର ଏକ ପର୍ଯ୍ୟଟକ ଦଳ କୋଣାର୍କ ସୂର୍ଯ୍ୟମନ୍ଦିର ଚତୁଃପାଶ୍ୱର୍ ବୁଲୁଥିବା ସମୟରେ ପ୍ରବଳ ଖରା ଯୋଗୁଁ ସେମାନଙ୍କ ମଧ୍ୟରୁ ଜଣେ ବୟସ୍କା ବୃଦ୍ଧା ପର୍ଯ୍ୟଟକ ଙ୍କ ମୁଣ୍ଡ ବୁଲାଇବାରୁ ସେ ନାଟମଣ୍ଡପ ର ପାହାଚ ଚଢୁଥିବା ସମୟରେ ପାହାଚରୁ ପଡି ଗୁରୁତର ଆହାତ ହୋଇଥିବା ଜଣା ପଡିଛି ।

ଆହାତ ବୃଦ୍ଧା ଜଣଙ୍କୁ ତାଙ୍କ ପରିବାର ସଦସ୍ୟ ମାନେ ମେଡିକାଲ ନେବା ପାଇଁ ସ୍ଥାନୀୟ ଗାଇଡ ଙ୍କ ମାଧ୍ୟମରେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ମଧ୍ୟ ଆମ୍ବୁଲାନ୍ସ ନଆସିବାରୁ ସେମାନେ ବୃଦ୍ଧା ଜଣଙ୍କୁ ଖରା ରେ ଚଲାଇ ଚଲାଇ ସ୍ଥାନୀୟ ମେଡିକାଲ କୁ ନେଇଥିଲେ । କିନ୍ତୁ ବିଶାଳକାୟ ମେଡିକାଲ ରେ ଡାକ୍ତର ନଥିବାରୁ ସେମାନେ ହତାସ ହୋଇ ସୂର୍ଯ୍ୟମନ୍ଦିର ପରିଦର୍ଶନ ବନ୍ଦ କରି ଅଧାରୁ ବୃଦ୍ଧା ଜଣଙ୍କୁ ନେଇ ଚିକିତ୍ସା ନିମନ୍ତେ ଭୂବନେଶ୍ୱର ଯାଇଥିଲେ ।

ଏଠାରେ ପ୍ରଶ୍ନ ଉଠୁଛି ଏଭଳି ବାରମ୍ବାର ମନ୍ଦିର ପରିସରରେ ଅଘଟଣ ଘଟିଚାଲିଛି ଏବଂ ପର୍ଯ୍ୟଟକ ଙ୍କ ଠାରୁ ସରକାର କୋଟି କୋଟି ଟଙ୍କା କର ଆଦାୟ କରୁଥିବା ବେଳେ ମନ୍ଦିର ପରିସରରେ ଆଶୁ ଚିକିତ୍ସା କେନ୍ଦ୍ର ନହେବା ବଡ ଦୁଖଃ ଓ ପରିତାପର ବିଷୟ ବୋଲି ବୁଦ୍ଧିଜିବୀ ମାନେ ମତ ଦିଅନ୍ତି । ତେଣୁ ପର୍ଯ୍ୟଟକ ମାନଙ୍କ ସୁବିଧା ଦୃଷ୍ଟିରୁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ତରଫରୁ ମନ୍ଦିର ପରିସରରେ ଏକ ଆଶୁ ଚିକିତ୍ସା କେନ୍ଦ୍ର ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply