Odisha news

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟଦାସବର୍ମା ଙ୍କୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ବି ଜେ ଡି ପକ୍ଷରୁ ଭବ୍ୟ ସମର୍ଦ୍ଧନା।

0
       ବିଜେଡି ସୁପ୍ରିମୋ ନବୀନ ବାବୁ ସଂଜୟଦାସବର୍ମା ଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ଦାୟିତ୍ୱ ଦେବାପରେ ତାଙ୍କର ପ୍ରଥମ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ପ୍ରଥମଗ୍ରସ୍ତ ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲୁରୁ ଜଙ୍ଗସନ ଠାରେ ତାଙ୍କୁ ଭବ୍ୟ ସମର୍ଦ୍ଧନା ଜ୍ଞାପନ କରାଯାଇଥିବା ଜଣା ପଡ଼ିଛି। ଛତ୍ରପୁର ବିଜୁଜନତାଦଳ ପକ୍ଷରୁ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ନେତୃତ୍ୟରେ ଶତାଧିକ ଦଳୀୟ ନେତୃବୃନ୍ଦ ବାଦ୍ୟବଜଣା,ଆତସ ବାଜି ପ୍ରଦର୍ଶନ ସହ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଭବ୍ୟ ସମର୍ଦ୍ଧନା ଜ୍ଞାମ୍ପନ କରିଥିଲେ।ଛତ୍ରପୁର ବିଧାୟକ ଙ୍କ ସମେତ 14 ନମ୍ବର ଜୋନ ଜିଲ୍ଲାପରିଷଡ଼ ସଭ୍ୟା ଜେ. ସନ୍ତୋଷି,ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା କୈବର୍ତ୍ତ ମହାସଂଘ ସଭାପତି ସନାତନ ବେହେରା,ଗଞ୍ଜାମ ବ୍ଲକ ପୁର୍ବତନ ଅଧକ୍ଷ ରଘୁନାଥ ସାହୁ,ସୁବଳୟା ସରପଞ୍ଚ ପ୍ରତିନିଧି କେଦାର ସ୍ବାଇଁ,ପୁର୍ବତନ କାଇଁଚପୁର ସରପଞ୍ଚ ଗୋବିନ୍ଦ ରେଡି,ପୋଡାପଦର ସରପଞ୍ଚ ପିତାମ୍ବର ପଣ୍ଡା,ବିଜେଡି ଜିଲ୍ଲା ଛାତ୍ର ସଭାପତି ପ୍ରଶାନ୍ତ ପଣ୍ଡା,ପୁର୍ବତନ ପୋଇରାଶି ପଞ୍ଚାୟତ ସରପଞ୍ଚ ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଶତାଧିକ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ।

Leave A Reply