ବଅଁରପାଳ: ଢ଼େଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ପଚାଂୟତରେ ଥିବା ଟାଟା ବିଏସଏଲ ପକ୍ଷରୁ ୫୯ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଗତ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ସୁରକ୍ଷା ସପ୍ତାହ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଉଦ୍ଯାପନୀ ଦିବସ ରେ ଅନୁଗୁଳର ଫାକ୍ଟ୍ରି ଅ୍ଧତ୍ପ ବଏଲର୍ସ ବିଭାଗର ଉପ ନିର୍ଦ୍ଦେଶକ ଅବନୀକାନ୍ତ ନାୟକ, ଢ଼େଙ୍କାନାଳ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ବିଭାଗର ସହ ନିର୍ଦ୍ଦେଶକ ସୁଧାଂଶୁ ଶେଖର ସାହୁ ଏବଂ ଟାଟା ବିଏସଏଲ କମ୍ପାନୀ ମୁଖ୍ୟ ମାନବ ସମ୍ବଳ ଅଧିକାରୀ ସନ୍ଦୀପ ଧିର,ସୁରକ୍ଷା ମୁଖ୍ୟ ଆର.କେ ସିହ୍ନା, ସରକ୍ଷା ସହକାରୀ ଉପ ସଭାପତି ଆଶିଷ ପଣ୍ଡା ପ୍ଲାଟଂ ପରିସରରେ ଆୟୋଜିତ ଉଦ୍ଯାପନୀ ଦିବସରେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ କମ୍ପାନୀର ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଆଖ ପାଖ ଗ୍ରାମର ଯୁବକ ସ୍କୁଲ ପିଲା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୋଷ୍ଟର ତିଆରି ପ୍ରବନ୍ଧ ସ୍ଲୋଗାନ, ଭେଣ୍ଡର ମାନଙ୍କ ମଧ୍ୟରେ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ମଡେଲ ପ୍ରତିଯୋଗିତା, ଅନ ଲାଇନ ଓ ସ୍ପଟ କୁଇଜ, ନାଟକ ପ୍ରତିଯୋଗିତା ଇତ୍ୟାଦି ଆୟୋଜିତ ହୋଇଥିଲା । ସେହିପରି କମ୍ପାନୀ କର୍ମଚାରୀଙ୍କ ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏହା ବ୍ୟତୀତ ଗୃହ ମଧ୍ୟରେ ସୁରକ୍ଷା, ସଡକ ସୁରକ୍ଷା, ଅଗ୍ନି ନିର୍ବାପକ ସୁରକ୍ଷା ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ କିପରି ପ୍ରସ୍ତୁତି ରହିବେ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା ।