ଅନୁଗୁଳ: ସ୍ଥାନୀୟ କଦମ ପଡିଆରେ ଅନୁଗୁଳ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଉଥିବା ସର୍ବ ଭାରତୀୟ ଅନୁଗୁଳ କପ୍ କ୍ରିକେଟ ଟୁର୍ଣ୍ଣାମେଟଂରେ ଓଡିଶା ପୋଷ୍ଟାଲ ଦଳ ୧୩ ରନରେ କଟକ ରାଇଜିଂ ଷ୍ଟୁଣ୍ଡେଟଂ କୁ ପରାସ୍ତ କରି ଚମ୍ପିୟାନ ହୋଇଛି । ଟସ୍ ଜିତି ଓଡିଶା ପୋଷ୍ଟାଲ ଦଳ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ୨୦ ଓଭରରେ ୭ ୱିକେଟ ହରାଇ ୧୭୮ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଅଲରାଉଣ୍ଡର ଆଲୋକ ସାହୁ ସର୍ବାଧିକ ୫୬ ରନ ସଂଗ୍ରହ କରିଥିଲେ ଏବଂ ଅନୁରାଗ ଷଡଙ୍ଗୀ ଉପଯୋଗୀ ୩୨ ରନ ସଂଗ୍ରହ କରିଥିଲେ ।
ରାଇଜିଂ ଷ୍ଟୁଣ୍ଡେଟଂ ଦଳର ବୋଲର ସୂର୍ଯ୍ୟକାନ୍ତ ,ସିଦ୍ଧାର୍ଥ, ଅରବିନ୍ଦ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ରାଇଜିଂ ଷ୍ଟୁଣ୍ଡେଟଂ କଟକ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୭୦ ରନ ସଂଗ୍ରହ କରି ୮ ରନରେ ପରାସ୍ତ ହୋଇଥିଲା । ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ ରାହୁଲ ସିଂ ସର୍ବାଧିକ ୯୩ ରନ ସଂଗ୍ରହ କରିଥିଲେ । ଟୁର୍ଣ୍ଣାମେଟଂରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବରେ ରାହୁଲ ସିଂ ଙ୍କୁ ପୁରସ୍କୃତ କରାଯାଇଥିଲା । ଏବଂ ବୋଲର ଭାବରେ ପୋଷ୍ଟାଲ ଦଳର ପ୍ରୀତମଜିତ ଦାସଙ୍କୁ ପୁରସ୍କୃତ କରାଯାଇଥିଲା ।
ଫାଇନାଲର ବିଜୟୀ ଓଡିଶା ପୋଷ୍ଟାଲ ଦଳକୁ ମୁଖ୍ୟ ଅତିଥି ନିରଜଂନ ହୋତା ଚମ୍ପିୟାନ ଟ୍ରଫି ଓ ନଗଦ ୮୦ ହଜାର ଓ ରନର୍ସ ଅଫ ଦଳ ରାଇଜିଂ ଷ୍ଟୁଣ୍ଡେଟଂ କଟକ ଟ୍ରଫି ଓ ନଗଦ ୬୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଟଂର ଶ୍ରେଷ୍ଠ ଖେଳାଳୀ ଭାବେ କଟକ ଦଳର ସୌଭାଗ୍ୟ ମିଶ୍ରଙ୍କୁ ଓ ଫାଇନାଲର ଶ୍ରେଷ୍ଠ ଖେଳାଳୀ ଓଡିଶା ପୋଷ୍ଟାଲ ଦଳର ଆଲୋକ ସାହୁଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଫାଇନାଲକୁ ଓଡିଶା କ୍ରିକେଟ ଆସୋସିଏସନର ଅମ୍ପାୟାର ସରୋଜ ସାହୁ ଓ ମହେଶ ମୁନସୀ ପରିଚାଳନା କରିଥିବା ବେଳେ ଟୁର୍ଣ୍ଣାମେଟଂର ସମସ୍ତ ମ୍ୟାଚର ସ୍କୋରର ଭାବେ ସୂର୍ଯ୍ୟ ରାଉତ, ନିକସନ ଓ ଧାରା ବିବରଣୀ ବିଜନ ଓ ମାନସ ପ୍ରଦାନ କରିଥିଲେ ।
ଟୁର୍ଣ୍ଣାମେଟଂର ମୁଖ୍ୟ କର୍ତା ପ୍ରତାପ ପ୍ରଧାନ (ନୀଲୁ) ଓ ଅନୁଗୁଳ କ୍ରିକେଟ କ୍ଲବର ସଭାପତି ବୀରେନ ସାମଲ ସମ୍ପାଦକ ସମରେନ୍ଦ୍ର ସ୍ୱାଇଁ, ସଭ୍ୟ ସାଗର ମିଶ୍ର, ଶିନ ରାଉତ, ମାୟା ମିଶ୍ର, ରଜଂନ ଧୀର ସାମନ୍ତ, କୋଷାଧ୍ୟକ୍ଷ ପ୍ରଭାତ ସିହ୍ନା, ଉପସଭାପତି ଗଙ୍ଗାଧର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ମିନାଜଉଦ୍ଦିନ ବବି, ଗୁଗୁ, ଲିଟନ ସାମଲ, ଦୀପକ ସାହୁ, ବୀରଜଂନ ମହାନ୍ତି, ଚିଲାଟୁଂ, ଅନୀଲ ଗଡନାୟକ, ସଂଜୀବ ପାତ୍ର, ଓ ପିଚ୍ କ୍ୟାୁରେଟର ଅଜଂନ କର ପ୍ରମୁଖ ଟୁର୍ଣ୍ଣାମେଟଂ ପରିଚାଳନା କରିବାରେ ସହଯୋଗ କରିଥିଲେ । ଶେଷରେ ଆୟୋଜକ ମୁଖ୍ୟ ପ୍ରତାପ ପ୍ରଧାନ ଟୁର୍ଣ୍ଣାମେଟଂର ସଫଳତା ପାଇଁ ଜିଲ୍ଲା ପ୍ରଶାସକ ,ଦର୍ଶକ ଓ ଖେଳାଳୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।