Odisha news

କରୋନା ଭାଇରସ ର ପ୍ରଭାବ ଯୋଗୁଁ ଅନିର୍ଦ୍ଧିଷ୍ଟ କାଳ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ

0

କୋଣାର୍କ- କରୋନା ଭାଇରସ ବିଶ୍ୱ ରେ ମହାମାରୀ ରୂପ ନେଇଥିବାରୁ ଏହା ସମଗ୍ର ପୃଥିବୀ କୁ ବ୍ୟାପି ଭୟାବହ ଆତଙ୍କ ସୃଷ୍ଟି କରିଛି । ଯାହା ଦ୍ୱାରା ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଟାନ,ମଲ,ସିନେମାହଲ ବନ୍ଦ କରିଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିର କୁ ମଧ୍ୟ ଜିଲ୍ଲାପାଳ ଶୀ୍ର ବଲ୍ଲବନ୍ତ ସିଂ ଙ୍କ ନିଦେ୍ର୍ଦଶ କ୍ରମେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତ୍ନତତ୍ୱ ବିଭାଗ ବନ୍ଦ କରିଛିି । ଯେ ପର୍ଯ୍ୟନ୍ତ ସରକାର ଙ୍କ ତରଫରୁ ପରବର୍ତୀ ଆଦେଶ ନାମା ନଆସିଛି ସେ ପର୍ଯ୍ୟନ୍ତ ମନ୍ଦିର କୁ ଖୋଲାଯିବନି ବୋଲି ପ୍ରତ୍ନତତ୍ୱ ବିଭାଗର ସ୍ଥାନୀୟ ଅଧିକାରୀ ସୁଶାନ୍ତ କୁମାର ଗୋଛାୟତ ସୂଚନା ଦେଇଛନ୍ତି । ସୂର୍ଯ୍ୟ ମନ୍ଦିର ବନ୍ଦ ହେବା ଦ୍ୱାରା ଏହି ମନ୍ଦିର ଉପରେ ନିର୍ଭର କରି ନିଜର ପରିବାର ପୋଷଣ କରୁଥିବା ଅଂଚଳ ବାସୀ ମାନେ ବହୁ ମାତା୍ରରେ ଆର୍ଥିକ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଗୋଟେ ପଟେ କରୋନା ଭାଇରସ ଭୂତାଣୁ ଦାଉରୁ ରକ୍ଷା କରିବାକୁ ଜୀବନ ଓ ଅନ୍ୟପଟେ ନିଜ ପରିବାର ସହ ଜିବୀକା ନିର୍ବାହ କରିବାରେ ଚିନ୍ତାରେ ପଡିଯାଇଛନ୍ତି ବ୍ୟବସାୟୀ,ଫଟୋଗା୍ରଫର ଓ ଗାଇଡ । ରବିବାର ଛୁଟି ଦିନ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ପର୍ଯ୍ୟଟକ ମାନଙ୍କୁ କୋଣାର୍କ ଚନ୍ଦ୍ରଭାଗା ନଆସିବା ପାଇଁ ଆଦେଶ ଥିବାରୁ କୋଣାର୍କ ରେ ପର୍ଯ୍ୟଟକ ଙ୍କ ସଂଖ୍ୟା ବହୁ ମାତା୍ରରେ କମିବାର ଦେଖାଯାଇଥିଲା । ଯାହା ଦ୍ୱାରା ବ୍ୟବସାୟୀ ମାନେ ହାତବାନ୍ଧି ବସିଥିବାର ଦେଖିବାକୁ ମିଳିଥିଲା ।

ମନ୍ଦିର ଉପରେ ନିର୍ଭର କରି ନିଜ ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ ମାନେ ମନ୍ଦିର ବନ୍ଦ ଯୋଗୁଁ ନିଜର ଏହି ଦିନ ଗୁଡିକ କିପରି ନିଜର ପରିବାରକୁ ପ୍ରତିପୋଷଣ କରିବେ ତାହା ସେମାନଙ୍କ ମଧ୍ୟରେ ଭାଳେଣୀ ପଡିଛି । ଏଠାରେ ସୂଚନା ଥାଉକି କରୋନା ଭାଇରସ ର ଭୂତାଣୁ ଯୋଗୁଁ କୋଣାର୍କ କୁ ଆସୁଥିବା ବିଦେଶୀ ପର୍ଯ୍ୟଟକ ମାନେ ନଆସିବା ଯୋଗୁଁ ଏଠାରେ ଗଢି ଉଠିଥିବା ହୋଟେଲ ଶିଳ୍ପ ସହିତ ସରକାରୀ ଯାତୀ୍ରନିବାସ ର ଆବାସିକ ରୁମ ଗୁଡିକ ପା୍ରୟ ଖାଲି ପଡିଥିବା ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply