Odisha news

କଳିଙ୍ଗ ବାଲିଯାତ୍ରା ପାଇଁ ଭୂମି ପୂଜନ

0
ପାରାଦୀପ :  ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ଭୂମି ପୂଜନ କାର୍ଯ୍ୟ ସମ୍ପାଦନ ହୋଇଛି | ସ୍ତାନୀୟ ସମୁଦ୍ର କୂଳ ବିଜୁ ମୈଦାନ ରେ ଆଜି ସକାଳୁ ଏହି ଭୂମି ପୂଜନ କାର୍ଯ୍ୟ କରାଯାଇଥିବା ବେଳେ ଏଥିରେ ପାରାଦୀପ ର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହୁରା କର୍ତ୍ତା ପୁରୋଧା ସାଜିଥିଲେ | କଳିଙ୍ଗ ର ବୀରତ୍ୱ ର ଗୀତି ଗାଥା ବହନ କରୁଥିବା ଏହି ବାଲିଯାତ୍ରା ଚଳିତ ମାସ 26 ତାରିଖ ସନ୍ଧ୍ୟା ରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେବାକୁ ଥିବାବେଳେ ଡିସେମ୍ବର ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବ | ଚଳିତ ବର୍ଷ ରାଜ୍ଯ ତଥା ରାଜ୍ଯ ବାହାରୁ ବହୁ କଳାକାର ଏହି ମଂଚ ରେ ନିଜର କଳା କୌଶଳ ଦେଖାଇବେ ବୋଲି ଜଣାପଡ଼ଛି | ଏହି କାର୍ଯ୍ୟକ୍ରମ ରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ସୁମନ୍ତ ବିଶ୍ଵାଳ ପ୍ରମୂଖ ଯୋଗଦେଇଥିଲେ |
Leave A Reply