Odisha news

ପିଆଇସିଟି ଭିତରେ ହରିଣ ସିଆଇଏସଏଫ ଧରି ବନ ବିଭାଗ କୁ ହସ୍ତାନ୍ତର

0

ପାରାଦୀପ୍ :  ପାରାଦୀପ୍ ଇଣ୍ଟରନେସନାଲ୍ କାର୍ଗୋ ଟର୍ମିନାଲ ଜେଟୀ ଭିତରେ ବୁଲୁଥିଲା ହରିଣ  | ହରିଣ କୁ ଉଦ୍ଧାର କରିବା ପାଇଁ ସିଆଇଏସଏଫ ର ଏକ ଟିମ୍ ଦିର୍ଘ ସମୟ ଜାରି ରଖିଥିଲା ପ୍ରୟାସ  | ହରିଣ ପାଇଁ ଜେଟୀ ରେ ଲଗାଯାଇଥିଲା ଜାଲ଼ |  ଶେଷରେ ହରିଣ କୁ ବହୁ କସରତ ପରେ କରାଯାଇଥିଲା କାବୁ | ତେବେ ପ୍ରଶ୍ନ ଉଠୁଚି ପିଆଇସିଟି ବର୍ଥ କୁ କିଭଳି ଆସିଲା ଏହି ହରିଣ  | ଗୋଟିଏ ନା ଅନେକ ହରିଣ ବୁଲୁଥିଲେ ଏହା ଭିତରେ  | କିଏ ବିଦେଶ ଚାଲାଣ କରୁଥିଲା କି ଏମାନଙ୍କୁ  | ଜାହାଜ ରୁ ଦୈବାତ୍ ଖସିଗଲା କି ଏହି ହରିଣ  | ତେବେ ଜେଟୀ ର ପଥର ଭିତରେ ହରିଣ ଥିବା ବେଳେ ଏହାକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ | ହରିଣ କୁ କାବୁ କରାଯାଇ ଶେଷରେ ବନ ବିଭାଗ କୁ ହସ୍ତାନ୍ତର କରାଯାଇଥିଲା ବେଳେ ହରିଣ ଟି କିଭଳି ଏହି ବର୍ଥ ଭିତରକୁ ଆସିଲା ତାହା ଏବେ ବି ପ୍ରଶ୍ନବାଚୀ ହୋଇ ରହିଚି  |

Leave A Reply