ପାରାଦୀପ୍ – ନୂଆଗଡ଼ ପଞ୍ଚାୟତ ରୁ ମାଟି ଚୋରା ଚାଲାଣ ଖବର ଏବେ ଧୀରେ ଧୀରେ ରୋଚକ ମୋଡ ନେବାରେ ଲାଗିଛି | ଜୈନିକ ଗଞ୍ଜେଇ ବ୍ୟବସାୟୀ ଙ୍କ ଭାଇ ଏକ 15 ଜଣିଆ ଗ୍ରୁପ କରି ଏକ ମାସ ହେବ ମାଟି ତାଡି ଚୋରା ଚାଲାଣ କରିବା ସହ ତହସିଲ୍ ଓ ପୋଲିସ କୁ ଚକ୍ମା ଦେଖାଇ ଚାଲିଥିବା ବେଳେ ତିନି ତିନି ଥର କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଏହି ଚୋରା କାରବାର କୁ ଧରିବା ପାଇଁ ଆସି ବିଫଳ ହେଉଥିବା କୁହାଯାଉଛି | ଏହାର ମୁଖ୍ୟ କାରଣ ହେଉଛି ନୂଆଗଡ଼ ପୋଲ ଉପରେ ରାତି ସାରା ଜଗିରହୁଥିବା 5200 ନମ୍ବର ବିଶିଷ୍ଟ ଗାଡି ଟି ତହସିଲ୍ କିମ୍ବା ପୋଲିସ କିମ୍ବା କାହାକୁ ଦେଖିଲେ ତୁରନ୍ତ ମାଟି ଖୋଳା ଜାଗାକୁ ଫୋନ କରି ସତର୍କ କରାଇ ଦେଉଥିବା ଆଲୋଚନା ହେଉଛି | ଉକ୍ତ ଗାଡି ଟି ବାଲେଶ୍ଵର ଜିଲ୍ଲା ଆରଟିଓ ପଞ୍ଜୀକରଣ ହୋଇଥିବା ଓ ପୋଲିସ ଏବ୍ଂ ତହସିଲ୍ ଉକ୍ତ ଗାଡି ବିରୋଧରେ ସଫିସେଣ୍ଟ ପ୍ରମାଣ ଯୋଗାଡ କରୁଥିବା ମଧ୍ଯ ଆଲୋଚନା ହେଲାଣି | ସେହିପରି ଗତ ଦୁଇଦିନ ତଳେ ମାଟି ଚୋରା ଚାଲାଣ ରେ ନିୟୋଜିତ ଥିବା ଏକ ହାଇୱା ନୂଆଗଡ଼ ଗହୀର ରେ ବ୍ରେକ୍ ଡାଉନ୍ ହେବାପରେ ଉକ୍ତ ଗାଡି ଟିକୁ ଗଡ଼ ରାଜସ୍ୱ ନିରୀକ୍ଷକ ଜବତ କରିବା ସହ ଥାନା କୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ | ଉକ୍ତ ଗାଡି ର ଚାଳକ ଗାଡି ସଜାଡି ଥାନା କୁ ଯିବେ ବୋଲି କହି ଗାଡି କୁ କେଉଁଆଡ଼େ ନେଇଯାଇଥିବା ଓ ଗାଡି ଟି ମିଳୁନଥିବା କୁହାଯାଉଛି | ପାରାଦୀପ୍ ଲକ୍ ଥାନା କୁ ଉକ୍ତ ଗାଡି ଟି ଯାଇ ନଥିବା ବେଳେ ଏଠି ମାଟି ମାଫିଆ ମାନେ ତହସିଲଦାର , ରାଜସ୍ୱ ନିରୀକ୍ଷକ ଓ ପୋଲିସ ଖାତିର୍ କରୁନଥିବା କୁହାଯାଉଛି | ତେବେ ଏମାନେ କେଉଁ ନେତା ର ଛତ୍ରଛାୟା ତଳେ ରହି ରାତାରାତି ଶହ ଶହ ଟ୍ରିପ ମାଟି ଖୋଳି ନେଇ ଅବାଧ ରେ ବିକ୍ରି କରୁଛନ୍ତି ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି | ତେବେ ମାଟି ଖୋଲିବାକୁ ଅନୁମତି ନନେଇ ଓ ରୟଲିଟି ଡିପୋଜିଟ୍ ନକରି ଏମାନେ କେମିତି ମାଟି ନେଇଛନ୍ତି , ଏବ୍ଂ ରାତି 8 ଟା ରୁ ସକାଳ 6 ଟା ପର୍ଯ୍ୟନ୍ତ ପ୍ରାୟ 15 ରୁ ଉର୍ଦ୍ଧ ହାଇୱା ଓ ଟ୍ରାକ୍ଟର ଏହି କାର୍ଯ୍ୟରେ ନିୟୋଜିତ ରହି ଏହି କାର୍ଯ୍ୟ କରୁଥିବା ବେଳେ ରାତିରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଏମାନେ ରୋଜଗାର କରୁଥିବା ମଧ୍ଯ ଆଲୋଚନା ହେଉଛି | ତୁରନ୍ତ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି |