Odisha news

ପ୍ରବଳ ଖରା , ପୋଲିସ ଖୋଲିଲା ଜଳଛତ୍ର

0

ପାରାଦୀପ୍ – ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗୀ ରହିଥିବା ବେଳେ ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ଘଟିଛି  | ଏହାକୁ ଦୃଷ୍ଟି ରେ ରଖି ପାରାଦୀପ୍ ଆଦର୍ଶ ଥାନା ପରିସର ରେ ଏକ ଜଳଛତ୍ର ଆଜି ଖୋଲାଯାଇଛି  | ପାରାଦୀପ୍ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ଚରଣ ସେଠି ଏହି ଜଳଛତ୍ର ଷ୍ଟଲ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ସାଧାରଣ ଲୋକ ଆସି ଆଜି ଥାନା ପରିସର ମଧ୍ୟରେ ପାଣି ପିଉଥିବା ଦେଖିବାକୁ ମିଳିଛି  | ଅନେକ ଲୋକ ଥାନା କୁ ଆସିବା ପାଇଁ ଭୟ କରୁଥିବା କୁହାଯାଉଥିବା ବେଳେ ଆଜି ପାରାଦୀପ୍ ଆଦର୍ଶ ଥାନା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର୍ ଙ୍କ ନିର୍ଦ୍ଦେଶ କ୍ରମେ ଏହି ଜଳଛତ୍ର ଖୋଲିଥିବା ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ପ୍ରକାଶ କରିଛନ୍ତି  | ନିଜ ଡିଉଟି କରିବା ସହ ପୋଲିସ ଆଜି ଦିନ ତମାମ ସାଧାରଣ ଲୋକଙ୍କୁ ଡାକି ପାଣି ପିଆଉଥିବା ଦେଖିବାକୁ ମିଳିଛି  | ବାସ୍ତବିକ୍ ପୋଲିସ ର ଏତାଦୃଶ୍ୟ କାର୍ଯ୍ୟ ଆଗାମୀ ଦିନରେ ପୋଲିସ ଓ ଜନତା ମଧ୍ୟରେ ଦୂରତାକୁ ଦୂରତା କୁ କମାଇବ ନିଶ୍ଚୟ  | ଆଜିର ଏହି କାର୍ଯ୍ୟକ୍ରମରେ ଲକ୍ ଥାନା ଅଧିକାରୀ ଭାବଗ୍ରାହୀ ରାଉତ ଓ ପାରାଦୀପ୍ ଆଦର୍ଶ ଥାନା ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ  |

Nalco
Leave A Reply