Odisha news

ଦୁଇଦିନିଆ ସମରାଭ୍ଯାସ ଆରମ୍ଭ

0
ପାରାଦୀପ – ଆଜି ଠାରୁ ଆରମ୍ଭ ହେଲା ଦୁଇଦିନିଆ ଉପକୁଳ ସମରାଭ୍ଯାସ  |  ଚଳିତ ବର୍ଷ ଏହି ସମରାଭ୍ଯାସ ର ନାମ ସାଗର କବଚ ରଖା ଯାଇଥିଲା ବେଳେ ଏଥିର ଏହା ଧାମରା ରୁ ଗୋପାଳପୁର ପର୍ଯ୍ୟନ୍ତ ଉପକୁଳ ରେ ଏହା ଚାଲୁ ଥିବା ଓ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିବା ଜଣାପଡ଼ିଛି  | ଏଥିରେ ଭାରତୀୟ ତଟରକ୍ଷୀ ବାହିନୀ, ମେରାଇନ ପୋଲିସ , ଜଙ୍ଗଲ ବିଭାଗ , ମତ୍ସ୍ୟ ବିଭାଗ , ଗୁଇନ୍ଦା ସଂସ୍ଥା ପ୍ରଭୁତି ସାମିଲ ହୋଇଥିବା ମଧ୍ଯ ଜଣାପଡିଛି  | ଗୋଟିଏ ବ୍ଲୁ ଟିମ୍ ଓ ଗୋଟିଏ ରେଡ ଟିମ୍ ନିଜ ନିଜ ଭିତରେ ଗଠନ ହୋଇଥିଲା ବେଳେ ରେଡ୍ ଟିମ୍ ସମୁଦ୍ର ଭିତରକୁ ବିଭିନ୍ନ ଅସ୍ତ୍ର ଧରି ଯାଇ ଆଜି ଆଉ କାଲି ଦୁଇ ଦିନ ମଧ୍ୟରେ ଉପକୁଳକୁ ପ୍ରବେଶ କରିବାକୁ ଚେଷ୍ଟା କରିବେ  | ସେମାନଂକୁ ପ୍ରତିହତ କରିବା ପାଇଁ ବ୍ଲୁ ଟିମ୍ ଉପକୁଳ ଠାରୁ ଜଳ ପଥ ସବୁଠି ତନ୍ନ ତନ୍ନ କରି ଚେକିଂ କରୁଥିବା ଦେଖିବାକୁ ମିଳିଛି  | ଦୁଇଦିନ ଧରି ଏହି ସମରାଭ୍ଯାସ ଚାଲିବାକୁ ଥିବା ବେଳେ ଏହା ଆମ ସୁରକ୍ଷା ବ୍ୟବସ୍ଥା କୁ ଢେର୍ ମଜବୁତ୍ କରେ ବୋଲି ଆଶା କରାଯାଉଛି  |
Leave A Reply