Odisha news

ଜବରଦଖଲକାରୀ ଙ୍କ କବଜାରେ ରାମଚଣ୍ଡୀ ମଠ , ଜମି ଚିହ୍ନଟ କରିବା କୁ ନିର୍ଦ୍ଦେଶ

0
ପାରାଦୀପ୍ – ପାରାଦୀପ୍ ବିଜୟଚନ୍ଦ୍ରପୁର୍ ମୌଜା ର ରାମଚଣ୍ଡି ମଠ ଏବେ ଜବରଦଖଲକାରୀ ଙ୍କ କବଜା ରେ | ଖାତା ନମ୍ବର 59 ପ୍ଳଟ ନମ୍ବର 464 ର ଜମି କୁ ତୁରନ୍ତ ଚିହ୍ନିତ କରିବାକୁ କୁଜଙ୍ଗ ତହସିଲଦାର ଙ୍କୁ ପ୍ରତ୍ନତତ୍ତ୍ଵ ବିଭାଗ ଅତିରିକ୍ତ ସହକାରୀ କମିଶନର ପତ୍ର ସଂଖ୍ୟା 416 ଆର ସି (  ଏମ  ) ପତ୍ର ଲେଖିଥିବା ଜଣାପଡିଛି  | ରାମଚଣ୍ଡୀ ମଠ ର ମ୍ୟାନେଜିଂ ଟ୍ରଷ୍ଟୀ ଦାଶରଥୀ ଦାସ ମହାରାଜ ଙ୍କ ଅଭିଯୋଗ କୁ ଭିତି କରି ଏହି ପତ୍ର ଗତ ମାର୍ଚ 23 ତାରିଖ 2023 ମସିହା ଠାରୁ ହୋଇଥିଲା ବେଳେ ଅଦ୍ୟାବଧି କୁଜଙ୍ଗ ତହସିଲ୍ ପକ୍ଷ୍ୟରୁ ସେଭଳି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦେଖିବାକୁ ମିଳିନାହିଁ ବୋଲି ମଠ ର ବାବା ପ୍ରକାଶ କରିଛନ୍ତି  | ପୂର୍ବରୁ ଏହି ମଠ କୁ କିଛି ଅସାମାଜିକ ଲୋକ ମାନେ ମଠ ର ଜମି କୁ ଅକ୍ତିଆର କରିବା , ସେଠାରେ ବେଆଇନ୍ ପାର୍କିଂ ପି ଆଦାୟ କରିବା ଓ ମଠ ର ପୁଷ୍କରିଣୀ କୁ କବଜା କରି ମାଛ ଧରି ନେବା ଅଭିଯୋଗ ହୋଇ ଆସୁଥିଲା  | ଗତ ଦୁଇ ବର୍ଷ ତଳେ ବାବା ଦାଶରଥୀ ଦାସ ଙ୍କୁ ସେଠାରୁ ସେମାନେ ତଡି ଦେଇଥିବା ବେଳେ ବାବା ଙ୍କୁ ପୋଲିସ ନେଇ ମଠ ରେ ଛାଡିଥିଲା  | ଏହାପରେ ମଧ୍ଯ ଏବେବି କିଛି ଜବରଦଖଲକାରୀ ମାନେ ମଠ ର ଜମି କୁ ଦଖଲ କରି ରଖିଥିବା ଅଭିଯୋଗ ହେଉଛି  | ଅନ୍ୟପଟେ କୁଜଙ୍ଗ ତହସିଲଦାର ରିତୁପର୍ଣା ମହାନ୍ତି ଙ୍କୁ ପଚାରିବାରୁ ସେ ଓଲଟା ଜବରଦଖଲ କରି ରଖାଯାଇଥିବା ଜମି ର ଚିହ୍ନଟ ହୁଏ ନାହିଁ , ସେଠି ଏନକ୍ଲୋଜମେଣ୍ଟ କେଶ୍ ହୋଇଛି , ଆମେ ବିଭାଗୀୟ ଅଧିକାରୀ ଙ୍କୁ ପତ୍ର ଲେଖି ଜଣାଇଦେବୁ ବୋଲି ପ୍ରକାଶ କରିଛନ୍ତି  |

Leave A Reply