Odisha news

ମସୁଦପୁରରେ ଜଗନ୍ନାଥ ମନ୍ଦିର ଭୂମି ପୂଜନ

ପାଣିକୋଇଲି, ୧୬ା୨: କୋରାଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର ପଂଚାୟତର ମସୁଦପୁରସ୍ଥିତ ଖାଙ୍କଡେଶ୍ୱର ଶିବ ମନ୍ଦିର ନିକଟରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଛି । ଖୋରସ୍ରୋତା ନଦୀ କୂଳରେ ଏହି ଚଗନ୍ନାଥ ମନ୍ଦିର ନିର୍ମାଣର ପରିକଳ୍ପନା କରାଯାଇଛି । ପବିତ୍ର ମାଘ ପଂଚମୀ ଅବସରରେ ଏହାର ଭୂପୂଜନ କରାଯାଇଥିଲା । ବିଧି ଅନୁଯାୟୀ ପ୍ରବୀଣ ବେଦଜ୍ଞ ବ୍ରାହ୍ମଣ ମାନଙ୍କ ଦ୍ୱାରା ପୂଜା ପାଠ କରାଯଶଇଛି । ଇନ୍ଦ୍ରମଣି ମହାନ୍ତି, ଶରତ ନାୟକ, ସନ୍ତୋଷ ସାହୁ, ତାରକୋଶ୍ୱର ମହାନ୍ତି, ପ୍ରଦୀପ ମହାନ୍ତି, ସରପଂଚ କାର୍ତିକ ଦାସ, ଗୋଲକ ବିହାରୀ ମହାନ୍ତି. ଆଦ୍ୟ ବିହାରୀ ପଟ୍ଟନାୟକ, ପ୍ରଭାସ ମହାନ୍ତି, ଦେବାଶିଷ ଦାସ, ମିତିନ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.