Odisha news

କାହା ସ୍ୱାର୍ଥରେ ପାଣିଟାଙ୍କି

ମାହାଙ୍ଗା ୧୬ା୨ : ଭୂତଳ ପାନୀୟ ଜଳ ଯୋଗାଣ ପାଇଁ ମାହାଙ୍ଗା ବ୍ଲକରେ୨୫ ଟି ଉଚ୍ଚ ପାଣିଟାଙ୍କି ନିର୍ମାଣ କରାଯାଇଅଛି । ଏ ସମସ୍ତ ପାଣି ଟାଙ୍କି କାର୍ଯ୍ୟକ୍ଷମ ବୋଲି ଆର.ଡବ୍ଲୁ.ଏସ୍ ଆଣ୍ଡ .ଏସ୍. ଡିଭିଜନ କଟକ ସୂଚନା ତଥ୍ୟ ୭୮୨ ତା. ୧୦.୨୨୦୨୧ରିଖରେ ପ୍ରଦାନ ତଥ୍ୟରୁ ଜଣାପଡିଛି । ଏଥି ପାଇଁ ବିଭାଗ ମୋଟ ୪ କୋଟି ୨୧ ଲକ୍ଷ ୬୯ ହଜାର ଟଙ୍କା ଖର୍ଚ୍ଚ କରାଯାଇଅଛି । ବାସ୍ତବରେ ଏହି ପାଣିଟାଙ୍କି ଗୁଡିକରୁ ଭୂତଳ ପାନୀୟ ଜଳ ଯୋଗାଣ କରାଯାଉନାହିଁ । ଗତ କାଲି ରାତି ୨ ଟାଠାରୁ ପୂର୍ବ ମାହାଙ୍ଗା ଅଂଚଳରେ ବିଦୁ୍ୟତ ନଥିଲା ।

ଯାହାଫଳରେ ସରସ୍ୱତୀ ପୂଜା ଦିନ ଦିବା ୧୦ ଟା ମଧ୍ୟରେ ପୂର୍ବ ମାହାଙ୍ଗା ଅଂଚଳରେ ଥିବା ଉମର, ଓସ୍ତପୁର, ଆପିଲୋ ଅଂଚଳରେ ଥିବା ଉଚ୍ଚ ପାଣିଟାଙ୍କିରୁ ଭୂତ ପାନୀୟ ଜଳ ଯୋଗାଇ ଦିଆଯାଉନଥିବା ସାଧାରଣରେ ଅଭିଯୋଗ ହେଉଅଛି । ଏଠପ୍ରଶ୍ନ ଉଠୁଛି କାହା ସ୍ୱାର୍ଥରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉଚ୍ଚ ପାଣିଟାଙ୍କି ନିର୍ମାଣ କରାଯାଇଅଛି । ମାହାଙ୍ଗା ଅଂଚଳରେ ଥିବା ୨୫ ଟି ପାଣି ଟାଙ୍କି ମଧ୍ୟରୁ ଗୋଟିଏ ହେଲେ ପାଣି ଟାଙ୍କି କାର୍ଯ୍ୟକ୍ଷମ ହେଉନାହିଁ ବୋଲି ସାଧାରଣରେ ଅଭିଯୋଗ ଶୁଣିବାକୁ ମିଳୁଛି । ଖୋଦ୍ ପାନୀୟ ଜଳ ଯୋଗାଣ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ଏଣୁ ମାହାଙ୍ଗାର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସର୍ବସାଧାରଣରେ ଦାବି ହେଉଅଛି ।

Comments are closed.