ପାଣିକୋଇଲି, ୨୨ା୧୦: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମକୁନ୍ଦବିନ୍ଧା ଗ୍ରାମ ନିକଟରେ ଆଜି ସକାଳ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକ ୱାଗନର ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତୁ୍ୟ ହେବା ସହ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ପ୍ରକାଶଯେ ମକୁନ୍ଦବିନ୍ଧା ଠାରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଗାଡି ଗୁଡିକୁ ଗୋଟିଏ ପଟେ ଯାତାୟତ କରୁଛି । ଆଜି ସକାଳେ ଭୁବନେଶ୍ୱରରୁ ଏକ ୱାଗନରରେ(ଓଡି୩୩ଏମ ୯୭୦୯) ଆସୁଥିବା ବେଳେ ମକୁନ୍ଦବିନ୍ଧା ନିକଟ ରାସ୍ତାରେ ଅନ୍ୟ ଏକ ଟ୍ରକକୁ ଓଭରଟେକ କରି ଆସିବାରୁ ସମ୍ନାରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ(ଓଆର୦୯ପି ୪୫୭୨) ସହ ମୁହାଁ ମୁହିଁ ଧକ୍କା ହୋଇଥିଲା ।ଫଳରେ ଘଟଣାସ୍ଥଳେ ପୁରୀ ନିମାପଡାର ଡ୍ରାଇଭର ଜୟୀରାମ ସମାନ୍ତ ସିଂହାର(୩୬)ମୃତୁ୍ୟ ହୋଇଥିଲା ।
ଘଟଣାସ୍ଥଳେ ପୁଲିସ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତରେ ସଙ୍କଟାପନ୍ନ ଅବସ୍ଥାରେ ଅନ୍ୟ ଦୁଇଜଣଙ୍କୁ ବାହାର କରି ଯାଜପୁର ମୁଖ୍ୟ ଚିକିସôାଳୟକୁ ପଠାଇଥିଲା । ହେଲେ ସେଠାରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଂଚଳର ରଶ୍ମୀରଂଜନ ସେନାପତି(୪୨)ଙ୍କ ମୃତୁ୍ୟ ହୋଇଥିଲା । ଗାଡିର ମାଲିକ ନିମାପଡାର ସୁର୍ଯେନ୍ଦୁ କୁମାର ଦାଶଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଦୁର୍ଘଟଣାଗସ୍ତ ଗାଡି ଦୁଇଟିକୁ ଜବତ କରିଛି । ଏହି ଦୁର୍ଘଟଣା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ରାସ୍ତା ଜାମ ହୋଇଥିଲା
