ପାଣିକୋଇଲି, ୫ା୧୦: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଆମେ ବିପଦରେ ସାଥି” ପକ୍ଷରୁ ପଥରପଦା ପଂଚାୟତର ତାଜପୁର କୋହ୍ଲସାହି ପ୍ରକଳ୍ପ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ସକ୍ରିୟ ସଦସ୍ୟ ରବିନ୍ଦ୍ର କୁମାର ବେହେରାଙ୍କ ଆଜି ଜନ୍ମ ଦିନ ଥିବାରୁ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କରାଯାଇ ନିଆରା ଢଙ୍ଗରେ ଜନ୍ମ ଦିନ ପାଳିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସୁବାସ ଧଳ, ତାରିଣୀ ପଟ୍ଟନାୟକ, ଅଶୋକ ବେହେରା, ରାକେଶ ରଂଜନ ପଣ୍ଡା, ସୁଧାଶଙ୍କର ବିଶ୍ୱାଳ, ରବିନ୍ଦ୍ର ବେହେରା, ବାଦଲ ନାୟକ, ସୋଭିନ ପରିଡା, ତପନ ମହାନ୍ତି, ଶୁଭ୍ରାଂଶୁ ପରିଡା, ସୁଶାନ୍ତ ସେନାପତି ପ୍ରମୁଖ ଯୋଗଦେଇଥିଲେ ।