ପାଣିକୋଇଲି, ୫ା୧୦: ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁହାଁ ଗ୍ରାମରେ ଥିବା ଏକ ଗୁଣ୍ଡି କାରଖାନା ଉପରେ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ପୁଲିସ ଚଢାଉ କରି ବିପୁଳ ପରିମାଣର ସାମଗ୍ରୀ ଜବତ କରିବା ସହ ମାଜିଷ୍ଟ୍ରେଟ ବ୍ୟାସନଗର ତହସିଲଦାର ଶରତ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ କାରଖାନାକୁ ସିଲ କରି ୨ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିଲା । ପ୍ରକାଶଯେ ବଡ ବିରୁହାଁ ଠାରେ ଦୀର୍ଘ ଦିନ ହେବ ଏକ ଗୁଣ୍ଡି କାରଖାନା ଚାଲି ଆସୁଥିଲା ।
ଏହା ବେଆଇନ ଭାବେ ହେଉଥିବା ସୂଚନା ପାଇ ଏସପି ଚରଣ ସିହ ମୀନାଙ୍କ ନିଦେ୍ର୍ଦଶରେ ଜିଲ୍ଲୁା ପୁଲିସର ଏକ ଟିମ ପାଣିକୋଇଲି ପୁଲିସ ସହୟତାରେ ଉକ୍ତ କାରଖାନା ଉପରେ ବିଳମ୍ବିତ ରାତ୍ରୀରେ ଚଢାଉ କରିଥିଲା । ଚଢାଉ ସମୟରେ ପୁଲିସ ଗୁଣ୍ଡି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା । ପରେ କାରଖାନା ସିଲ କରିବା ସହ ସେଠାରେ ଥିବା ବାପ ପୁଅଙ୍କୁ ଥାନାକୁ ଆଣିଥିଲେ । ଏନେଇ ମାଲିକ ପିତବାସ ସାହୁ କାରଖାନାର କାଗଜପତ୍ର ଥିବା କହୁଥିବା ବେଳେ ପୁଲିସକୁ କୌଣସି କାଗଜାଦି ଦେଖାଇ ପାରିନଥିଲେ ।
ଏନେଇ ଏକ ମାମଲା ୨୧୩/୨୦ ରୁଜ୍ଜୁ କରାଯାଇ ବଡବିରୁହାଁ ଗ୍ରାମର ପିତବାସ ସାହୁ(୭୦) ଓ ତାଙ୍କ ପୁଅ ସୁବାଶିଷ ସାହୁ (୪୧)ଙ୍କୁ ଆଜି ଦଫା ୪୧୯, ୪୨୦, ୨୭୨,୨୭୩, ୨୬୯, ୨୭୦, ୩୪ଆଇପିସି, ଆର/ଡବ୍ଲୁ୍ୟ ସେକସନ ୩ ଏପିଡେମିକ ଆକ୍ଟ /୨୦ କୋପଟା ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି । ଏଥି ସହିତ ଗୁଣ୍ଡି ପାଇଁ ବ୍ୟବହୃତ ସାମଗ୍ରୀ ୨୫୦ ବସ୍ତା ଧଣିଆ, ୨ଶହ ବସ୍ତା ଦୋକ୍ତା, ୭ଶହ ବସ୍ତା ଗୁଣ୍ଡି, ୩୩ବସ୍ତା ଚୁନ, ୪୦ଟିଣ ଷୋରିଶ ତେଲ,୩୫ ବସ୍ତ ଅନସିଡ, ୩ଟି କଟର ମେସିନ,୬ଟି ଓଜନ ମେସିନ, ୩ଟି ଗୁଣ୍ଡି ପ୍ୟାକିଙ୍ଗ ମେସିନ, ୨୦ଲିଟର କେମିକାଲ ଳିକୁ୍ୟଡିକୁ ଜବତ କରିଛି ।