ପାଣିକୋଇଲି, ୩ା୯: ପାଣିକୋଇଲି ଠାରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏକ ଟୋଲ ପ୍ଲାଜା ରହିଛି । କରୋନା ମହାମାରୀ ଯୋଗୁ ପ୍ରବାସୀ ଓଡିଆ ଶିକ୍ଷôତ ବେକାର ଯୁବକ ମାନେ ସେମାନଙ୍କ କର୍ମ ସଂସ୍ଥାନ ହରାଇ ଘରେ ବସିଛନ୍ତି । ସେମାନେ ଟୋଲ ପ୍ଲାଜାରେ ନିଯୁକ୍ତି ପାଇଁ ଦାବି କରିବା ପରେ ନିଯୁକ୍ତି ଦିଆଯିବାର ପ୍ରତିଶୃତି ଦିଆଯାଇଥିଲା ।
ଏନେଇ ସେମାନେ କୋରାଇ ବିଧାୟକ, ଯାଜପୁର ବିଧାୟକ, ଜିଲ୍ଲାପାଳ, ଏସପି, ଜିଲ୍ଲାପରିଷଦ, ଟୋଲ ପ୍ଲାଜା ମ୍ୟାନେଜର, ପାଣିକୋଇଲି ଥାନାଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏମିତିକି ନିଯୁକ୍ତି ନମିଳିଲେ ଧାରଣାରେ ବସିବାକୁ ଚେତାବନୀ ଦେଇଥିଲେ । ହେଲେ କୌଣସି ପ୍ରତିଶୃତି ନପାଇବାରୁ ଆଜି ଟୋଲପ୍ଲାଜା ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ । ଘଟଣାସ୍ଥଳେ ଏସଡିପିଓ ଚିନ୍ମୟ ନାୟକ ପହଂଚି ଧାରଣା କାରୀ ଓ ଟୋଲ ପ୍ଲାଜା ମ୍ୟାନେଜର ସହ କଥା ହୋଇଥିଲେ ।
ତଦନୁଯାୟୀ ପାଣିକୋଇଲି ଥାନାରେ ଥାନାଧିକାରୀ ସସ୍ମିତାଙ୍କ ସାହୁଙ୍କ ପୌରାଧ୍ୟକ୍ଷରେ ଅନଶନକାରୀ ଓ ଟୋଲ ପ୍ଲାଜା କର୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ମାତ୍ର ଟୋଲ ପ୍ଲାଜାର କର୍ତୃପକ୍ଷ ସମାଧାନ ପରିବର୍ତେ ଟୋଲପ୍ଲାଜା ୟୁନିଅନ ସଭାପତି ଅଜୟ କୁମାର ମଲିକଙ୍କ ସହ ଆଲୋଚନା କରିଥିଲେ । ହେଲେ ନିଯୁକ୍ତି ପ୍ରସଙ୍ଗଙ୍କୁ ରୋକଠୋକ ମନାକରିବା ସହ ପରୋକ୍ଷ ଧମକ ଦେଇଥିଲେ । ଫଳରେ ଅଜୟ ମଲିକ ସେମାନଙ୍କୁ ଆମ୍ଭ ଉଚ୍ଚସ୍ତରୀୟ କମିଟି ସହ ଆଲୋଚନା କରିବାକୁ କହି ଥାନା ଛାଡି ପଳାଇ ଯାଇଥିଲେ । ଫଳରେ ଟୋଲ ପ୍ଲାଜା ଆଗରେ ଧାରଣା ଚାଲୁ ରହିଥିଲା । ଥାନାଧିକାରୀ ସସ୍ମୀତା ସାହୁ ଘଟଣାସ୍ଥଳେ ପହଂଚି ଧାରଣାକାରୀଙ୍କ ସହ ଆଲୋଚନା କରି ଆଗମାୀ ୧୦ ତାରିଖ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ପ୍ରତିଶୃତି ଦେବା ଫଳରେ ଧାରଣାକାରୀ ଉଠିଥିଲେ ।