Odisha news

ବନ୍ୟା ବିପନ୍ନଙ୍କ ନିକଟରେ ପହଂଚିଲା ଆମେ ବିପଦରେ ସାଥି

0

ପାଣିକୋଇଲି : ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଆମେ ବିପଦରେ ସାଥି ଏବେ ପହଂଚିଛି ବନ୍ୟା ବିପନ୍ନଙ୍କ ପାଖରେ । ଶୁଖିଲା ଖାଦ୍ୟ ମୁଣ୍ଡାଇ ଜୀବନକୁ ବାଜି ଲଗାଇ ଛାତିଏ ପାଣିରେ ପହଂଚି ବନ୍ୟା ବିପନ୍ନଙ୍କ ନିକଟରେ ଶୁଖିଲା ଖାଦ୍ୟ ପହଂଚାଇଛି । ଆଜି ସଦସ୍ୟ ମାନେ ମାଳଆନ୍ଦପୁର ପଂଚାୟତର ନମଟିକିରି ଗ୍ରାମରେ ଶୁଖିଲା ଖାଦ୍ୟ ବଂଟନ କାର୍ଯ୍ୟ ପରେ ରାଜପଥ କଡରେ ଆଶ୍ରୟ ନେଇଥିବା ଲୋକଙ୍କ ପାଖରେ ପହଂଚିଥିଲା ।

ଓଡ୍ରାପ୍ଟ ଟିମ ଦ୍ୱାରା ମକୁନ୍ଦବିନ୍ଧାରୁ ଉଦ୍ଧାର ହୋଇ ରାଜପଥ କଡରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଇ ଦେଇଥିଲା । ପ୍ରଶାସନ ପକ୍ଷରୁ ଅବଧି ଖାଦ୍ୟ ବିପନ୍ନଙ୍କ ପାଖରେ ପହଂଚିନଥିବା ବେଳେ ପ୍ରଥମେ ଲୋକଙ୍କ ପାଖରେ ପହଂଚିଛି ଆମେ ବିପଦରେ ସାଥି । ଫଳରେ ସଦସ୍ୟ ମାନଙ୍କ ଏତାଦୃଶ ସାହାସ ଓ ଉଦ୍ୟମକୁ ସାଧାରଣରେ ପ୍ରସଂଶା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସୁଧାଶଙ୍କର ବିଶ୍ୱାଳ, ରାକେଶ ରଂଜନ ପଣ୍ଡା, ସିଦ୍ଧାନ୍ତ ଧଳ, ବାଦଲ ନାୟକ. ସମ୍ଭବ ସାହୁ, ଶୁଭ୍ରାଂଶୁ ନାୟକ, ଶିବାନନ୍ଦ ବେହେରା, ବିକାଶ ପ୍ରଧାନ, ବିଜୟାନନ୍ଦ କବି, ସଂଜୀବ କୁମାର ଦାସ, ବିବେକାନନ୍ଦ ବେହେରା, ସୁବାସ ଧଳ, ତାରିଣୀ ପଟ୍ଟନାୟକ, ପ୍ରମୁଖ ଯୋଗଦାନ କରିଥିଲେ

Leave A Reply