Odisha news

ପାଣିକୋଇଲି : ସ୍କୁଟିକୁ ଧକ୍କା ଦେଲା ଟ୍ରକ, ୧ ମୃତ, ୧ ଆହତ

0

ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପାତ୍ର ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ସ୍କୁଟିକୁ ପଛରୁ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳେ ଇଂଜିୟରିଙ୍ଗ ଛାତ୍ରର ମୃତୁ୍ୟ ହେବା ସହ ସହଯାତ୍ରୀ ମହିଳା ଆହତ ହୋଇଛନ୍ତି ।

ପ୍ରକାଶଯେ ଆଜି ମଧ୍ୟାନ୍ନରେ କୁଆଖିଆ ଥାନା ଅନ୍ତର୍ଗତ ଭୋଟକା ଗ୍ରାମର ୰କେଶବ ରାଉତଙ୍କ ପୁଅ ଅରୋଶିଷ (୨୨) ଏକ ସ୍କୁଟି(ଓଆର୩୪ଏଫ ୨୩୧୭) ଯୋଗେ ଘରୁ ବାହାରି ତାଙ୍କ ଖୁଡିଙ୍କ ସହ ଯାଜପୁରରୋଡ ଯାଉଥିବା ବେଳେ ପାତ୍ର ପୋଟ୍ରେଲପମ୍ପ ସମ୍ମୁଖରେ ଏକ ଟ୍ରକ(ଓଡି୦୧ଇ ୨୬୨୭) ପଛପଟୁ ଧକ୍କା ଦେଇଥିଲା ।

ଫଳରେ ମହିଳା ଜଣଙ୍କ ରାସ୍ତାର ବାମ ପଟକୁ ପଡିଥିବା ବେଳେ ଯୁବକ ଜଣଙ୍କ ରାସ୍ତାର ଡାହାଣକୁ ପଡିଯିବା ଫଳେରେ ଟ୍ରକଟି ତାଙ୍କ ମୁଣ୍ଡ ଦେଇ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳେ ଯୁବକଙ୍କର ମୃତୁ୍ୟ ହୋଇଥିଲା । ଖବରପାଇ ପୁଲିସ ପହଂଚି ମହିଳା ଜଣଙ୍କୁ ଡାକ୍ତରଖାନାକୁ ପଠାଇବା ସହ ଯୁବକଙ୍କର ଶବକୁ ଯାଜପୁର ମୁଖ୍ୟ ଚିକିସôାଳୟକୁ ପଠାଇଥିଲା । ପରେ ଟ୍ରକ ଓ ସ୍କୁଟିକୁ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave A Reply