ପାଣିକୋଇଲି : ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଦୁଇଟି ସଡକ ଦୁର୍ଘଟଣା ହେବା ଫଳରେ ପ୍ରଥମ ଦୁର୍ଘଟଣାରେ ଜଣେ ମୃତ ହେବା ସହ ୨ୟ ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ
ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଦୁଇଟି ସଡକ ଦୁର୍ଘଟଣା ହେବା ଫଳରେ ପ୍ରଥମ ଦୁର୍ଘଟଣାରେ ଜଣେ ମୃତ ହେବା ସହ ୨ୟ ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ଥିବା ଜଣାପଡିଛି । ପ୍ରକାଶଯେ ଆଜି ସକାଳ ସଢେ ୮ଟା ବେଳେ କେଉଁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ୰ ଜଗନ୍ନାଥ ଦୋରାଙ୍କ ପୁଅ ବାଳକୃଷ୍ଣ (୬୪) ତାଙ୍କ ସ୍କୁଟି (ଓଡି୨୧ଜି ୬୮୭୩)ଯୋଗେ ଜାରକାର ଏକ ବନ୍ଧୁ ଘରୁ ଘରକୁ ଫେରୁଥିବା ବେଳେ ସଠିପୁର ଆନ୍ଦ୍ର ବ୍ୟାଙ୍କ ସମ୍ମୁଖରେ ଛିଡା ହୋଇ ବୈତରଣୀରୋଡ ରାସ୍ତା ସର୍ମ୍ପକରେ ପଚାରି ବୁଝୁଥିଲେ । । ଏହି ସମୟରେ ହଠାତ୍ ପଛପଟୁ ଏକ ସିମେଂଟ ବୋଝେଇ ଟ୍ରକ ( ଓଆର୦୯ଏ ୩୬୯୧)ତାଙ୍କୁ ଆସି ଧକ୍କା ଦେଇଥିଲା । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଯାଜପୁର ମୁଖ୍ୟ ଚିକିସôାଳୟରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଘଟଣାସ୍ଥଳେ ପାଣିକୋଇଲି ପୁଲିସ ପହଂଚି ଏକ ମାମଲା ରୁଜ୍ଜୁ କରି ଶବ ବ୍ୟେବଚ୍ଛଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ବେଳେ ବାଇକ ଓ ଟ୍ରକକୁ ଜବତ କରିଛି । ଦ୍ୱିତୀୟ ଦୁର୍ଘଟଣାଟି ଆଜି ମଧ୍ୟାନ୍ନରେ ୧୬ ନମ୍ବର ଜାତୀୟ ରାଜପଥର ପଥରପଦା ରାଜା ଢାବା ସମ୍ମୁଖରେ ଘଟିଥିଲା । କୁଆଖିଆ ଥାନା ଅନ୍ତର୍ଗତ ପରିଡାବାଦ ଗ୍ରାମର ଶ୍ରୀଧର ସାହୁଙ୍କ ପୁଅ ସୁଶାନ୍ତ (୫୦) ଏକ ସ୍କୁଟି (ଓଆର୦୪ଜେ ୮୮୭୪)ଯୋଗେ ଭଦ୍ରକରୁ ଘରକୁ ଫେରୁଥିବା ବେଳେ ପଛରୁ ଏକ ଅଜଣାଗାଡି ଧକ୍କା ଦେଇ ପଳାଇଯାଇଥିଲା । ଘଟଣାସ୍ଥଳେ ପୁଲିସ ପହଂଚି ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଯାଜପୁର ମୁଖ୍ୟ ଚିକିସôାଳୟରେ ଭର୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଅଶ୍ୱନୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ସ୍କୁଟିଟିକୁ ଜବତ କରି ତଦନ୍ତ ଜାରି ରଖିଛି ।
