Odisha news

ବୈତରଣୀ ନଦୀରୁ ମୃତ ଦେହ ଉଦ୍ଧାର

0

ପାଣିକୋଇଲି :  ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ସ୍ଥିତ ବୈତରଣୀ ନଦୀରେ ଭାସଥୁବା ଜଣେ ବ୍ୟକ୍ତିର ମୃତ ଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳେ ପାଣିକୋଇଲି ପୁଲିସ ପହଂଚି ଶବ ଜବତ କରିଛି । ପ୍ରକାଶଯେ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ଅନ୍ତର୍ଗତ ଝୁଂଟୁଣା ଗ୍ରାମର ବିଶ୍ୱନାଥ  ସାହୁଙ୍କ ପୁଅ ରାଜେଶ (୧୨) ରବିବାର ଁ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ନିଖୋଜ ହୋଇଯାଇଥିଲା । ଖବର ପାଇ ଦମକଳ ବାହିନୀ ଖୋଜାଖୋଜି କରିବା ପରେ ମଧ୍ୟ ରାଜେଶର ପତା ମିଳିନଥିଲା ।

ତିନି ଦିନ ପରେ ନଦୀରେ ଭାସି ଭାସି ତାର ମୃତ ଶରୀର ମୂଳାପାଳ ନିକଟରେ ନଦୀ କୂଳରେ ଲାଗିଥିଲା । ଏହି ଘଟଣା ପ୍ରଚାରିତ ହେବା ପରେ ଲୋକଙ୍କ ଗହଳି ଲାଗିଥିଲା । ଖବର ପାଇ ପାଣିକୋଇଲି ପୁଲିସ ଘଟଣାସ୍ଥଳେ ପହଂଚି ଶବ ଉଦ୍ଧାର କରିଥିଲା । ଖବର ପାଇ ରାଜେଶର ପରିବାର ଲୋକେ ସେଠାରେ ପହଂଚିଥିଲେ । ଏନେଇ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରାଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ

Leave A Reply