Odisha news

“ପୁନାସିଆ” ଗ୍ରାମ୍ୟ ଜଙ୍ଗଲର ସବୁଜ କାହାଣି : ୧୭ ବର୍ଷର ପରିଶ୍ରମରେ ହରାଭରା ହେଲା ଜଙ୍ଗଲ

0

ବାଙ୍ଗିରିପୋଷି :ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ପୁନାସିଆ ଗାଁକୁ ଲାଗିକରି ରହିଛି ଗ୍ରାମ୍ୟ ଜଙ୍ଗଲ । ପାଖାପାଖି ୮୦ ହେକ୍ଟର ପରିସୀମାରେ ଏହା ପରିବ୍ୟାପ୍ତ । ହେଲେ ୧୭ ବର୍ଷ ପୂର୍ବରୁ ଜଙ୍ଗଲ ଉପରେ ନଜର ପକାଇଥିଲେ କାଠ ମାଫିଆ । ରାତା ରାତି ଗଛ ସବୁ ଲଣ୍ଡା କରିଦେଉଥିଲେ । ବନ୍ୟ ପଶୁ ପକ୍ଷୀ ଜଙ୍ଗଲ ଛାଡି ପଳାଇଲେ ।

ଏ ସବୁ ଦେଖି କ୍ଷୋଭ  ପ୍ରକାଶ କରିଥିଲେ ପୁନାସିଆ ଗ୍ରାମବାସୀ । ଶେଷରେ ୨୦୦୩ ମସିହାରେ ଗ୍ରାମର କିଛି ଯୁବକ ଓ ମହିଳା ଜଙ୍ଗଲ ସଜାଡିବାକୁ ଦାୟୀତ୍ୱ ନେଇ ପୁନାସିଆ ବନସୁରକ୍ଷା କମିଟି ଗଠନ କଲେ । ପାଳି କରି ଜଙ୍ଗଲକୁ ଜଗିବା ଆରମ୍ଭ କଲେ । ଧୀରେ ଧୀରେ କଟା ହୋଇଥିବା ଗଛ ଗଣ୍ଡିରୁ ନୂଆ ଗଜା ବାହାରିଲା । ଯାହାକୁ ଦେଖି ଗ୍ରାମବାସୀଙ୍କ ମନରେ ନୂଆ ଆଶା  ଉଜ୍ଜୀବିତ ହୋଇଥିଲା । ଧୀରେ ଧୀରେ ଲଣ୍ଡା ପଡିଆ ହୋଇଯାଇଥିବା ବିଶାଳ ଘଂଚ ଜଙ୍ଗଲରେ ପରିଣତ ହୋଇଗଲା । ସେବେଠୁ ଏ ଉଦ୍ୟମ ଜାରୀ ରହିଛି । ଜଙ୍ଗଲ ବଢିବା ପରେ ନୂଆ ଗଛ ଲଗାଇବା ପାଇଁ ଯୋଜା କରିଥିଲେ ଯୁବ ଗୋଷ୍ଠୀ ।

ଶାଳ,ପିଆଶାଳ,କଦମ୍ବ,ଜାମୁ,ପଣସ,ଓଉ,ଅଂଳା,କୁସୁମ ଭଳି ବହୁ ଗଛ ଏ ଜଙ୍ଗଲରେ ରହିଛି । ଏହାର ରକ୍ଷଣାବେକ୍ଷଣ କରିବା ଯାହାବି ଆର୍ଥୀକ ସହାୟତା ଆବଶ୍ୟକ ପଡୁଛି  ଗ୍ରାମବାସୀଙ୍କ ମଧ୍ୟରେ ତାହା ସମାଧାନ କରାଯାଉଛି । ଜଙ୍ଗଲ ଓ ରାସ୍ତା କଡର ସବୁଜିମା ବୃର୍ଦ୍ଧି ପାଇବା ଯୋଗୁଁ ଏବେ ପଶୁ ପକ୍ଷୀଙ୍କ କଳାରବ ଶୁଭୁଛି । ଉକ୍ତ ଜଙ୍ଗଲକୁ ରାଜସ୍ୱ ବିଭାଗରେ ଯାଉଥିବାରୁ ଜଙ୍ଗଲ ବିଭାଗ କୈାଣସି ଆର୍ଥୀକ ସହାୟତା ପ୍ରଦାନ କରିପାରୁ ନାହିଁ । ତେବେ ଜଙ୍ଗଲ ସୁକ୍ଷା ପାଇଁ ସରକାରଙ୍କ ସହାୟତା ଜରୁରୀ ବୋଲି କହିଛନ୍ତି । ଗ୍ରାମର କମଲ କୁମାର ନାଏକ,ପ୍ରଦୀପ ନାଏକ,ନିରଂଜନ ସୁଆଂସି,ସଉଦାମୀନି ମହାକୁଡ,ଉଷାମଣି ମହାକୁଡ,ଅଂଜନା ନାଏକ,ଉସାମଣି ନାଏକ,କୈାଶଲ୍ୟା ନାଏକ,ସଂଜୁ ମହାକୁଡ,କୈାଶଲ୍ୟା ମହାକୁଡ,କବିତା ମହାକୁଡ,ଦୈପଦୀ ନାଏକ ପ୍ରମୁଖ । ଜଙ୍ଗଲର ପରିସୀମାକୁ ତାରଜାଲି ଲଗାଇବା ବ୍ୟବସ୍ଥା କରାଯାଇ ପାରିଲେ ଏହା ଅଧିକ ସୁକ୍ଷିତ ହୋଇ ପାରନ୍ତା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

 

Leave A Reply